ରାଜ୍ୟରେ ଆଉ ୧,୫୫୮ କରୋନା ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର : ରାଜ୍ୟରେ ମହାମାରୀ କରୋନା ସଂକ୍ରମଣ ଜୁନ ପରେ ଏବେ ଜୁଲାଇ ମଧ୍ୟ ଆଣିଦେଉଛି ଆଶ୍ୱସ୍ତିକର ଖବର । ପ୍ରତିଦିନ ଚିହ୍ନଟ ହେଉଥିବା ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଧିରେ ଧିରେ ତଳକୁ ଖସୁଛି । ଏହାରି ମଧ୍ୟରେ ଶୁକ୍ରବାର ୩୦ଟି ଜିଲା ଏବଂ ରାଜ୍ୟ ପୁଲରୁ ଆଉ ୧ହଜାର ୫୫୮ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୯୦୪ ଓ ସ୍ଥାନୀୟ ଅଞ୍ଚଳରୁ ୬୫୪ ଜଣ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯ଲକ୍ଷ ୭୫ହଜାର ୬୯୦କୁ ବୃଦ୍ଧି ପାଇଛି । ଏନେଇ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରେ ଅନୁଗୁଳ ଜିଲାରୁ ୮୦ ଜଣ ଥିବାବେଳେ ବାଲେଶ୍ୱରରୁ ୯୭ ଜଣ, ବରଗଡ଼ରୁ ୬ ଜଣ, ଭଦ୍ରକରୁ ୪୨ ଜଣ, ବଲାଙ୍ଗୀରରୁ ୧୦ ଜଣ, ବୌଦ୍ଧରୁ ୩, କଟକରୁ ୨୪୧ ଜଣ, ଦେବଗଡ଼ରୁ ୯ ଜଣ, ଢେଙ୍କାନାଳରୁ ୨୩ ଜଣ, ଗଜପତିରୁ ୩ ଜଣ, ଗଞ୍ଜାମରୁ ୭ ଜଣ, ଜଗତସିଂହପୁରରୁ ୬୭ ଜଣ, ଯାଜପୁରରୁ ୭୮ ଜଣ, ଝାରସୁଗୁଡ଼ାରୁ ୭ ଜଣ, କଳାହାଣ୍ଡିରୁ ୮ ଜଣ, କନ୍ଧମାଳରୁ ୧୮ ଜଣ, କେନ୍ଦ୍ରାପଡ଼ାରୁ ୩୫ ଜଣ, କେଉଁଝରରୁ ୧୪ ଜଣ, ଖୋର୍ଦ୍ଧାରୁ ୪୭୯ ଜଣ, କୋରାପୁଟରୁ ୨ ଜଣ, ମାଲକାନଗିରିରୁ ୫ ଜଣ, ମୟୁରଭଞ୍ଜରୁ ୪୧ ଜଣ, ନବରଙ୍ଗପୁରରୁ ୧୩ ଜଣ, ନୟାଗଡ଼ରୁ ୨୫ ଜଣ, ନୂଆପଡ଼ାରୁ ୨, ପୁରୀରୁ ୮୨ ଜଣ, ରାୟଗଡ଼ାରୁ ୮ ଜଣ, ସମ୍ୱଲପୁରରୁ ୧୪ ଜଣ, ସୋନପୁରରୁ ୮, ସୁନ୍ଦରଗଡ଼ରୁ ୨୮ ଓ ରାଜ୍ୟ ପୁଲରୁ ୧୦୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସୂଚନା ଯେ, ରାଜ୍ୟରେ ବର୍ତମାନ ସୁଦ୍ଧା ମୋଟ୍ ୯,୭୫,୬୯୦ ଜଣ କରୋ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ୯,୫୩,୦୮୮ ଜଣ ସୁସ୍ଥ ହୋଇଥିବା ବେଳେ ୧୬,୭୧୫ଜଣ ସକ୍ରିୟ ମାମଲା ରହିଛି । ସେହିପରି ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୧୫୯୫୦୪୪୪ ସାମ୍ପୁଲ ଟେଷ୍ଟ୍ ହୋଇଛି ।