ରାଜ୍ୟରେ କରୋନାରୁ ସୁସ୍ଥ ହେଲେ ଆଉ ୧୦୭୮୧ ଆକ୍ରାନ୍ତ
- ୫ ଲକ୍ଷ ଟପିଲା ମୋଟ ସୁସ୍ଥ ସଂଖ୍ୟା
ଭୁବେନଶ୍ଵର : ରାଜ୍ୟରେ ମହାମାରୀ କରୋନା ଆତଙ୍କ ଜାରି ରହିଛି । ଏହାରି ମଧ୍ୟରେ ରାଜ୍ୟ ପାଇଁ ଆଶ୍ଵସ୍ତିକର ଖବର ଆସିଛି । ଦୈନିକ ଚିହ୍ନଟ ହେଉଥିବା ହଜାର ହଜାର ସଂକ୍ରମଣ ମଧ୍ୟରେ ଆଜି ରାଜ୍ୟରେ ୧୦ ହଜାରରୁ ଅଧିକ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଶନିବାର ୧୧୮୦୫ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୦୭୮୧ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ସୁସ୍ଥ ସଂଖ୍ୟା ୫,୦୨,୪୫୫ରେ ପହଞ୍ଚିଛି । ଏନେଇ ରାଜ୍ୟ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଶନିବାର ଟ୍ଵିଟ୍ ଯୋଗେ ସୂଚନା ଦେଇଛି।
ସୁସ୍ଥଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୧୬୦୫ ଆକ୍ରାନ୍ତ ଥିବାବେଳେ ସୁନ୍ଦରଗଡ଼ରୁ ୧୧୮୬, କଟକରୁ ୯୬୬, କଳାହାଣ୍ଡିରୁ ୫୬୬, ଅନୁଗୁଳରୁ ୫୫୭, ବରଗଡ଼ରୁ ୫୩୦, ସମ୍ବଲପୁରରୁ ୪୫୮, ଝାରସୁଗୁଡ଼ାରୁ ୪୨୨, ପୁରୀରୁ ୩୬୬, ନବରଂଗପୁରରୁ ୩୪୨, ଗଞ୍ଜାମରୁ ୨୮୫, ନୟାଗଡ଼ରୁ ୨୬୭, ବଲାଙ୍ଗୀରରୁ ୨୫୮, ମୟୂରଭଞ୍ଜରୁ ୨୫୭, ନୂଆପଡ଼ାରୁ ୨୫୬, ବୌଦ୍ଧରୁ ୨୫୧, କେରାପୁଟରୁ ୨୧୮, କେନ୍ଦୁଝରରୁ ୨୦୬, ଯାଜପୁରରୁ ୧୭୭, ଢେଙ୍କାନାଳରୁ ୧୬୩, ଭଦ୍ରକରୁ ୧୫୭, ଜଗତସିଂହପୁରରୁ ୧୪୭, ସୁବର୍ଣ୍ଣପୁରରୁ ୧୪୪, କେନ୍ଦ୍ରାପଡ଼ାରୁ ୧୪୩, ରାୟଗଡ଼ାରୁ ୧୩୧, ଦେବଗଡ଼ରୁ ୧୧୦, ବାଲେଶ୍ୱରରୁ ୯୭, ଗଜପତିରୁ ୯୧, କନ୍ଧମାଳରୁ ୭୬, ମାଲକାନଗିରିରୁ ୬୭ ଏବଂ ରାଜ୍ୟ ପୁଲରୁ ୨୮୨ ଜଣ ରହିଛନ୍ତି ।