ବାଲେଶ୍ୱର : ଦିନକରେ ୨୩୭ ସଂକ୍ରମିତ ଓ ୧୭୪ ସୁସ୍ଥ
ବାଲେଶ୍ୱର : ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ରିପୋର୍ଟ ଅନୁସାରେ ଗତ ୨୪ ଘଣ୍ଟା ମଧ୍ୟରେ ଜିଲାର ବିଭିନ୍ନ ଅଞ୍ଚଳରୁ ୨୩୭ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରେ ବାଲେଶ୍ୱର ସହରର ଗୋପାଳଗାଁରୁ ୫ଜଣ, ବୈରାମନଗରରୁ ୨, ବାରବାଟିରୁ ୨, ମୋତିଗଞ୍ଜରୁ ୨, ପୁଲିସ ଲାଇନରୁ ୨, ରେଲୱେ କଲୋନୀରୁ ୨ ଓ ରାଣୀପାଟଣାରୁ ୨ଜଣଙ୍କ ସମେତ ଅରଡ଼ବଜାର, ଆଜିମାବାଦ, ବ୍ୟାଙ୍କ କଲୋନୀ, ବଟେଶ୍ୱର, ଚିଡିଆପୋଲ, ଗୁଡିପଦା, ମାନସିଂବଜାର, ମଠସାହି, ସହଦେବଖୁଣ୍ଟା ପ୍ରଭୃତି ଅଞ୍ଚଳରୁ ଜଣେ ଲେଖାଏଁ ସଂକ୍ରମିତ ଅଛନ୍ତି । ସେହିଭଳି ବାହାନଗା ବ୍ଲକରୁ ୨୭ଜଣ, ବାଲିଆପାଳରୁ ୩୯, ବସ୍ତାରୁ ୧୯, ଭୋଗରାଇରୁ ୧୯, ଜଳେଶ୍ୱରରୁ ୨, ଖଇରାରୁ ୩, ନୀଳଗିରିରୁ ୮, ରେମୁଣାରୁ ୧୧, ସଦରରୁ ୪୪, ସିମୁଳିଅରୁ ୭ ଓ ସୋର ବ୍ଲକରୁ ୨୯ଜଣ ନୂଆ ସଂକ୍ରମିତ ଭାବେ ଚିହ୍ନଟ ହୋଇଛନ୍ତି । ଅଦ୍ୟାବଧି ଜିଲାରେ ସଂକ୍ରମିତଙ୍କ ସଂଖ୍ୟା ୩୪,୨୬୩ରେ ପହଞ୍ôଚଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ୧୭୪ଜଣ ସୁସ୍ଥ ହୋଇଛନ୍ତି ।
ସୂଚନା ଯେ, ଜିଲାରେ ମୋଟ ୩୧,୩୬୫ଜଣ ସଂକ୍ରମିତ ସୁସ୍ଥ ହୋଇଥିବା ସରକାରୀ ଭାବେ କୁହାଯାଇଛି । ଏବେ ସକ୍ରିୟ ଥିବା ୨,୭୬୦ଜଣ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୨,୬୩୫ଜଣ ଗୃହ ସଙ୍ଗରୋଧରେ ଏବଂ ୧୨୫ଜଣ କୋଭିଡ ଡାକ୍ତରଖାନା ଓ କୋଭିଡ ଯତ୍ନ କେନ୍ଦ୍ର ରହି ଚିକିତ୍ସିତ ହେଉଛନ୍ତି । ତେବେ ଗତ ୨୪ ଘଣ୍ଟା ମଧ୍ୟରେ କରୋନା ଆକ୍ରାନ୍ତ କୌଣସି ବ୍ୟକ୍ତିଙ୍କର ମୃତ୍ୟୁ ହୋଇନଥିବା ବେଳେ ଜିଲାରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ଏବେ ୧୩୩ରେ ସ୍ଥିର ରହିଥିବା ସରକାରଙ୍କ ୱେବସାଇଟରେ ପ୍ରକାଶ ପାଇଛି । ଅନ୍ୟପକ୍ଷରେ ଟିକା ଅଭାବରୁ ଜିଲ୍ଲାରେ ସାମୁହିକ ଟିକାକରଣ ବନ୍ଦ ରହିଛି ।