ଗଞ୍ଜେଇ କାରବାରରେ ସମ୍ପୃକ୍ତି : ଫାଣ୍ଡି ଅଧିକାରୀ ସମେତ ୨ କନେଷ୍ଟବଳ ନିଲମ୍ବିତ
ବୌଦ୍ଧ : ନିଲମ୍ବିତ ହେଲେ ୩ ଜଣ ପୋଲିସ କର୍ମଚାରୀ । ଗଞ୍ଜେଇ ବେପାରୀଙ୍କଠୁ ଟଙ୍କା ନେଇ ଛାଡ଼ିବା ଅଭିଯୋଗ । ସରକାରୀ ଆବାସରେ ଗଞ୍ଜେଇ ରଖିବା ଥିଲା ଅଭିଯୋଗ ।
ବୌଦ୍ଧ ଗଞ୍ଜେଇ କାରବାର ସମ୍ପୃକ୍ତିରେ ବଘିଆପଡା ଫାଣ୍ଡି ଅଧିକାରୀ ସମେତ ୨ କନେଷ୍ଟବଳ ନିଲମ୍ବିତ । ନିଲମ୍ବିତ କଲେ ଜିଲା ଆରକ୍ଷୀ ଅଧ୍ୟକ୍ଷକ ପ୍ରହଲ୍ଲାଦ ସହାଇ ମୀନା । ବଘିଆପଡ଼ା ଫାଣ୍ଡି ଅଧିକାରୀ ସନାତନ ପ୍ରଧାନ, କନେଷ୍ଟବଳ ସଞ୍ଜୀବ ପ୍ରଧାନ ଓ କେଶବ ପ୍ରଧାନଙ୍କୁ ନିଲମ୍ବିତ କଲେ ଏସପି ।
ସୂଚନା ଯେ, ଗତ ୧୬ ତାରିଖରେ ଜଣେ ଗଞ୍ଜେଇ ବେପାରିକୁ ଏକ ବାଇକ ସହ ଧରାଯାଇଥିଲା । ଏପରିକି ତା ନିକଟରୁ ୧୬ କିଲୋ ମଧ୍ୟ ଜବତ ହୋଇଥିଲା । ତେବେ ଆସାମୀକୁ ଛାଡିବା ସହ ଗଂଜେଇ ନିଜ ସରକାରୀ କ୍ବାର୍ଟରରେ ରଖିଲେ ପୋଲିସ ଅଧିକାରୀ । ଏବେ ଏହି ଘଟଣାର ଖୋଳତାଡ ପରେ ଅସଲ ସତ ସାମ୍ନାକୁ ଆସିଛି । ଏହି କାରବାରରେ ପୋଲିସ କର୍ମଚାରୀ ସାମିଲ ଥିବା ଜଣାପଡିବା ପରେ ଆକ୍ସନ ନେଇଛନ୍ତି ଏସପି । ଅଭିଯୁକ୍ତ ପୋଲିସ କର୍ମଚାରୀଙ୍କୁ କାର୍ଯ୍ୟରୁ ସସପେଣ୍ଡ କରାଯାଇଛି ।