ୟୁଏସ ଓ ରୁଷିଆ ଏକ ୟୁନିକ ଦାୟିତ୍ୱ ତୁଲାଇବେ : ବାଇଡେନ୍
ଜେନିଭା : ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍ ଓ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମୀର ପୁତିନ ମଧ୍ୟରେ ଜେନିଭାରେ ଆୟୋଜିତ ବୈଠକରେ ଅନେକ ପ୍ରସଙ୍ଗରେ ସହମତି ହୋଇଛି । ଏହି ସମୟ ମଧ୍ୟରେ ବାଇଡେନ ମଧ୍ୟ ସ୍ପଷ୍ଟ କରିଦେଇଛନ୍ତି ଯେ, ବିବାଦୀୟ ପ୍ରସଙ୍ଗକୁ ଉଠାଇବା ପଛରେ ରହିବେ ନାହିଁ । ଉଭୟ ନେତାଙ୍କ ମଧ୍ୟରେ ବୁଧବାର ପାଖାପାଖି ୪ ଘଣ୍ଟା ପର୍ଯ୍ୟନ୍ତ ବୈଠକ ପରେ ଆମେରିକା ରାଷ୍ଟ୍ରପତି କହିଛନ୍ତି ଯେ, ୟୁଏସ ଓ ରୁଷିଆ ଏକ ୟୁନିକ ଦାୟିତ୍ୱ ତୁଲାଇବେ । ଉଭୟ ଦେଶକୁ ଏଭଳି ସମ୍ପର୍କ ଗଢ଼ିବାର ଅଛି, ଯେଉଁଠି ସ୍ଥିରତା ଆସବ । ଜୋ ବାଇଡେନ୍ କହିଛନ୍ତି, ମୁଁ ଚାହୁଁଛି ଯେ, ଭ୍ଲାଦମିରୀ ପୁତିନ ବୁଝନ୍ତୁ ମୁଁ କ’ଣ କହୁଛି । କ’ଣ କରୁଛି ଓ ଯାହା କରୁଛି, କ’ଣ କରୁଛି । ସେ ସ୍ପଷ୍ଟ କରିଛନ୍ତି ଯେ, ମାନବାଧିକାର ଆମେରିକୀୟଙ୍କ ଡିଏନଏରେ ରହିଛି । ଏଥି ପାଇଁ ସେମାନେ ଏହି ପ୍ରସଙ୍ଗକୁ ଲଗାତାର ଉଠାଉଛନ୍ତି । ଏହି ବୈଠକ ପରେ ଅଲଗା ଅଲଗା ବୈଠକ କରାଯାଇଛି ।
ସୂଚନା ଯେ, ୨୦୧୮ ମସିହାରେ ଯେତେବେଳେ ପୁତିନ ଓ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ଦେଖାସାକ୍ଷାତ ହୋଇଥିଲା, ପୁତିନ ଆମେରିକାର ପୂର୍ବତନ ରାଷ୍ଟ୍ରପତିଙ୍କୁ ସୋକର ବଲ ଉପହାର ଦେଇଥିଲେ । ସର୍ବ ପ୍ରଥମେ ରୁଷିଆର ରାଷ୍ଟ୍ରପତି ବୈଠକ ସଂପର୍କରେ ଗଣମାଧ୍ୟମର ପ୍ରତିନିଧିଙ୍କୁ ସୂଚନା ଦେଇଥିଲେ । ସେ କହିଥିଲେ ଯେ, ବୈଠକ ରଚନାତ୍ମକ ଥିଲା ଏବଂ ଉଭୟ ନେତାର ଜଣେ ଅନ୍ୟକୁ ଭଲଭାବରେ ବୁଝିବା ଆଗ୍ରହକୁ ଦର୍ଶାଉଛି । ରାଷ୍ଟ୍ରପତି କହିଛନ୍ତି ଯେ, ଆମେରିକା ସହିତ ସଂପର୍କରେ ସଂଶୋଧନ ଆସିବା, ଏହା କହିବା ସହଜ ନୁହେଁ । କିନ୍ତୁ ଆଶା କରୁଛି, ଏହା ହୋଇପାରେ । କାରଣ ଅନେକ ପ୍ରସଙ୍ଗରେ ଆମର ପୂର୍ବାନୁମାନ ଭିନ୍ନ ।