କରୋନା ଔଷଧ ୨-ଡିଜି ପାଇଁ ଅର୍ଡର ଦେଲେ ରାଜ୍ୟ ସରକାର
ଭୁବନେଶ୍ୱର : ଡିଆରଡିଓ ଠାରୁ କରୋନା ଔଷଧ କିଣିବେ ରାଜ୍ୟ ସରକାର । ୫ ହଜାର ସ୍ୟାଚେଟ୍ ଟୁ-ଡିଜି ମେଡିସିନ୍ ପାଇଁ ଅର୍ଡର ଦିଆଯାଇଛି ବୋଲି ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର ସୂଚନା ଦେଇଛନ୍ତି । ରାଜ୍ୟରେ କରୋନା ରୋଗୀଙ୍କ ଚିକିତ୍ସା ପାଇଁ ଏହି ଔଷଧର ଅର୍ଡର ଦିଆଯାଇଥିବା ସେ କହିଛନ୍ତି ।
ଭାରତୀୟ ପ୍ରତିରକ୍ଷା ଗବେଷଣା ସଂସ୍ଥା ଡିଆରଡିଓ ଓ ଅନ୍ୟତମ ସର୍ବବୃହତ ଫାର୍ମା କଂପାନୀ ଡକ୍ଟର ରେଡିସ୍ ର ମିଳିତ ସହଯୋଗରେ ପ୍ରସ୍ତୁତ କରୋନା ଔଷଧ ଟୁ-ଡିଜି ର ମୂଲ୍ୟ ନିର୍ଦ୍ଧାରଣ କରାଯାଇଛି । ଗୋଟିଏ ସକେଟ୍ ଟୁ-ଡିଜି ଔଷଧର ଦାମ୍ ୯୯୦ ଟଙ୍କା ରଖିଛି ଡକ୍ଟର ରେଡିସ୍ କଂପାନୀ । ତେବେ ସରକାରୀ ହସ୍ପିଟାଲ ଦ୍ୱାରା ଏହି ଔଷଧକୁ ରିହାତିରେ ଯୋଗାଇ ଦିଆଯିବ ବୋଲି କୁହାଯାଇଛି ।