ଆସନ୍ତାକାଲି ଠାରୁ ଡିଏନ୍ ରେଗାଲିଆରେ ଦିଆଯିବ ଦ୍ୱିତୀୟ ଡୋଜ୍ ଟିକା
ଭୁବନେଶ୍ୱର : ବିଏମସିର ଡ୍ରାଇଭ୍ ଇନ୍ କାର୍ଯ୍ୟକ୍ରମରେ ଯୋଡି ହୋଇଛି ଆଉ ଏକ ସ୍ଥାନ । ଆସନ୍ତାକାଲି (ବୁଧବାର) ଠାରୁ କଳିଙ୍ଗନଗର ଠାରେ ଥିବା ଡିଏନ୍ ରେଗାଲିଆ ମଲ୍ ର ପାର୍କିଂରେ ଡ୍ରାଇଭ୍ ଇନ୍ କାର୍ଯ୍ୟକ୍ରମରେ କରୋନା ଟିକାର ଦ୍ୱିତୀୟ ଡୋଜ୍ ଦିଆଯିବ । ଆଜି ସଂଧ୍ୟା ୬ଟାରୁ ଏଥିପାଇଁ ସ୍ଲଟ୍ ବୁକିଂ ଆରମ୍ଭ ହେବ । ଏସପ୍ଲାନେଡ୍ ମଲ୍ ରେ ଡ୍ରାଇଭ୍ ଇନ୍ କାର୍ଯ୍ୟକ୍ରମ ମାଧ୍ୟମରେ ଟିକାକରଣ ଯୋଜନା ସଫଳ ହେବା ପରେ ଆଜିଠାରୁ (ମଙ୍ଗଳବାର) କଳ୍ପନା ସ୍ଥିତ ଉତ୍କଳ କନିକା ଗ୍ୟାଲେରିଆ ମଲ୍ ର ପାର୍କିଂ ଲଟ୍ , ରୁଦ୍ରପୁର ଠାରେ ଥିବା ସିମ୍ଫୋନି ମଲ୍ ର ପାର୍କିଂ ଲଟ୍ ଓ ପଟିଆ ଠାରେ ଥିବା କିଟ୍ ବିଶ୍ୱ ବିଦ୍ୟାଳୟର କ୍ରିକେଟ୍ ଷ୍ଟାଡିୟମ୍ ରେ ଟିକାଦାନ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । କେବଳ ୪୫ ବର୍ଷରୁ ଉର୍ଦ୍ଧ୍ୱ ବୟସ୍କଙ୍କୁ ଟିକାର ଦ୍ୱିତୀୟ ଡୋଜ୍ ଦିଆଯାଇଛି । ଲୋକମାନେ ନିଜ ନିଜ ଗାଡିରେ ଧାଡିରେ ଠିଆ ହୋଇ ଟିକା ନେଇଛନ୍ତି । ୧୧ ମଇଠାରୁ ୧୫ ମଇ ପର୍ଯ୍ୟନ୍ତ ଏହି ସ୍ଥାନରେ ଟିକାକରଣ ହେବଏବଂ ପ୍ରତ୍ୟେକ ସ୍ଥାନ ପାଇଁ ପ୍ରତ୍ୟେହ ୩୦୦ ଟି ସ୍ଲଟ୍ ର ବ୍ୟବସ୍ଥା କରାଯାଇଥିବା ବିଏମସି ପକ୍ଷରୁ ସୂଚନା ଦିଆଯାଇଛି । ସୋମବାର ସଂଧ୍ୟା ୬ଟାରୁ ସ୍ଲଟ୍ ବୁକିଂ ଆରମ୍ଭ ହୋଇଥିଲା ।
ଅପରପକ୍ଷରେ କଳିଙ୍ଗନଗର ଠାରେ ଥିବା ଡିଏନ୍ ରେଗାଲିଆ ମଲ୍ରେ ଅନୁରୂପ ଭାବେ ଟିକାଦାନ କରିବାକୁ ସ୍ଥିର କରିଛି ବିଏମସି । ଆସନ୍ତାକାଲିଠାରୁ ଏହି ମଲ୍ ର ପାର୍କିଂ ଏରିଆରେ ୪୫ ବର୍ଷରୁ ଉର୍ଦ୍ଧ୍ୱ ପ୍ରଥମ ଡୋଜ୍ ନେଇ ସାରିଥିବା ବ୍ୟକ୍ତିଙ୍କୁ ଦ୍ୱିତୀୟ ଡୋଜ୍ ଦିଆଯିବ । ୧୨ ରୁ ୧୫ ତାରିଖ ମଧ୍ୟରେ ପ୍ରତ୍ୟେହ ୩୦୦ ଟି ସ୍ଲଟ୍ ର ବ୍ୟବସ୍ଥା ରହିବ ବୋଲି ବିଏମସି ପକ୍ଷରୁ ସୂଚନା ଦିଆଯାଇଛି । ମଙ୍ଗଳବାର ସଂଧ୍ୟା ୬ଟାରୁ ଏଥିପାଇଁ ସ୍ଲଟ୍ ବୁକିଂ ଆରମ୍ଭ ହେବ । ବିଏମସିର ସୂଚନା ଅନୁଯାୟୀ ସ୍ଲଟ୍ ବୁକିଂ କରିନଥିବା ବ୍ୟକ୍ତିଙ୍କୁ ଭିତରକୁ ଯିବାକୁ ଅନୁମତି ମିଳିବ ନାହିଁ । ବ୍ୟକ୍ତିମାନେ ଗାଡି ସହିତ ଧାଡିରେ ଠିଆ ହୋଇ ପାଳି ଆସିବା ପର୍ଯ୍ୟନ୍ତ ଅପେକ୍ଷା କରିବେ । ଟିକା ନେବା ପାଇଁ ପ୍ରଥମ ଡୋଜ୍ ର ପ୍ରମାଣପତ୍ର ଦେଖାଇବାକୁ ପଡିବ । ଟିକା ନେଇ ସାରିବା ପରେ ବାହାରକୁ ଆସି ୩୦ ମିନିଟ୍ ପ୍ରତୀକ୍ଷା କରିବା ପରେ ସେମାନେ ଯାଇପାରିବେ । ସୂଚନାଯୋଗ୍ୟଯେ ପରୀକ୍ଷାମୂଳକ ଭାବେ ରସୁଲଗଡ ଠାରେ ଥିବା ଏସପ୍ଲାନେଡ୍ ମଲ୍ ର ପାର୍କିଂ ସ୍ଥାନରେ ୪୫ ବର୍ଷରୁ ଉର୍ଦ୍ଧ୍ୱ ବୟସ୍କଙ୍କୁ ଦ୍ୱିତୀୟ ଡୋଜ୍ ଟିକା ଦିଆଯାଇଥିଲା ।