ଆଖି ବୁଜିଲେ ଓଡ଼ିଶାର ପୁରାତନ ଫୁଟବଲ ଖେଳାଳି
ଝାରସୁଗୁଡ଼ା : ଓଡିଶା ପୋଲିସରୁ ଅବସର ନେଇ ଥିବା ଡେପୁଟି ସୁବେଦାର ଡି.ବି.ରଣା (୭୨ବର୍ଷ) ଆଜି ଶନିବାର ଦିନ ୯ଟାରେ ତାଙ୍କର ଜନ୍ନଭୂମି ନେପାଳ ରେ କୋଭିଡ-୧୯ ରେ ମୃତ୍ୟୁ ବରଣ କରି ଥିବା ଖବର ଝାରସୁଗୁଡାର ୨ୟ ଓ.ଏସ୍.ଏପି ରେ ପହଂଚିବା ପରେ ଶୋକ ର ଛାୟା ଖେଳି ଯାଇଛି । ୧୯୬୬ ମସିହା ରେ ଝାରସୁଗୁଡା ନେପାଳି ୨ୟ ସ୍ୱତନ୍ତ୍ର ପୋଲିସ ବିଭାଗ ରେ ଯୋଗ ଦେଇ ଥିଲେ । ସୁନ୍ଦର ଖେଳ ପ୍ରର୍ଦଶନ କରି ଡି.ବି.ରଣା ଓଡିଶା ପୋଲିସ ପକ୍ଷରୁ ଫୁଟବଲ ଖେଳି ଓଡିଶା ଫଟବଲ ମନୋୟନ କମିଟିର ଦୃଷ୍ଟି କୁ ଆସି ଥିଲେ ।
୧୯୭୩ ରୁ ୧୯୮୩ (୧୦) ବର୍ଷ ପର୍ଯନ୍ତ ଓଡିଶା ରାଜ୍ୟ ର ଗୋଲ କିପର ଭାବରେ ଓଡିଶା ସନ୍ତୋଷ ଟ୍ରଫି ଖେଳି ବହୁ ସୁନାମ ଅର୍ଜନ କରି ଥିଲେ । ୧୯୭୫ ରୁ ୧୯୭୮ ମଧ୍ୟରେ ଭାରତର ସୁନାମ ଥିବା ସ୍ୱତନ୍ତ୍ର ଟୁର୍ଣାମେଣ୍ଟ ଆଇ.ଏଫ,ଏ କପ ଓ ଡୁାରନ କପ୍ ପ୍ରଭୃତି ଖେଳି ଥିଲେ । ଡି.ବି.ରଣା ତାଙ୍କର କାର୍ଯ୍ୟ କାଳ ମଧ୍ୟରେ ଫୁଟବଲ ଖେଳର ଉନ୍ନତି ପାଇଁ ଓଡିଶା ପୋଲିସ ତଥା ଝାରସୁଗୁଡାର ଖେଳି ମାନଙ୍କୁ ପ୍ରଶିକ୍ଷଣ ଦେଊ ଥିଲେ । ୨୦୦୬ ମସିହା ରେ ୨ୟ ଓ.ଏସ୍.ଏପି ଚାକିରୀ ରୁ ଅବସର ନେଇ ନେପାଳରେ ପରିବାର ସହିତ ରହୁ ଥିଲେ । ଗତ ତିନି ବର୍ଷ ପୂର୍ବରୁ ଝାରସୁଗୁଡା ରେ ଅନୁଷ୍ଠିତ ରାଜ୍ୟ ଓଡିଶା ପୋଲିସ ଟୁର୍ଣାମେଟଂ ଙ୍କୁ ତାଙ୍କୁ ସ୍ୱତନ୍ତ୍ର ଭାବରେ ନିମନ୍ତ୍ରଣ କରା ଯାଇ ତତ୍ତ୍କାଳୀନ ଦୁର୍ଗପତି ଏମ.ଡି.ଯାହିଦ ସମ୍ମାନୀତ କରି ଥିଲେ । ତାଙ୍କ ଠାରୁ ଫୁଟବଲ ଶିକ୍ଷା ଲାଭ ଖେଳି ଥିବା ସ୍ୱତନ୍ତ୍ର ପୋଲିସ ର ଡେପୁଟି -ଦୁର୍ଗପତି ଭବାନି ଶଙ୍କ୍ର ସେଠ, ଫାଓର ସଂପାଦକ ଆର୍ଶିବାଦ ବେହେରା, ଅଭିଜିତ ପାଲ ଓ ଫାଓର କର୍ମକର୍ତ୍ତା ,ଝାରସୁଗୁଡ଼ା କ୍ରୀଡା ସଂଘର ସଂପାଦକ ତାପସ ରାୟ ଚଉଧରୀ , ବିଜୟ ବେହେରା , ଜୀବନ ମହାନ୍ତି, ପ୍ରଜ୍ଜଳ ପଟେଲ ଗଭୀର ଶୋକ ପ୍ରକାଶ କରିଛନ୍ତି ।