ଆଇପିଏଲ-୨୦୨୧ : ଟସ ଜିତି ହାଇଦ୍ରାବାଦର ବୋଲିଂ ନିଷ୍ପତି

ମୁମ୍ବାଇ : ଆଇପିଏଲ-୨୦୨୧ର ୧୪ଶ ସଂସ୍କରଣରେ ରବିବାର ଖେଳାଯିବ ଦୁଇଟି ମୁକାବିଲା । ୨୮ ତମ ଲିଗ୍ ମୁକାବିଲାରେ ମୁହାଁମୁହିଁ ହେବେ ରାଜସ୍ଥାନ ରୟାଲ୍ସ ଓ ସନରାଇଜର୍ସ ହାଇଦ୍ରାବାଦ । ସେହିପରି ୨୯ ତମ ଲିଗ୍ ମୁକାବିଲାରେ ସାମ୍ନାସାମ୍ନି ହେବେ କିଙ୍ଗସ ପଞ୍ଜାବ ଓ ଦିଲ୍ଲୀ କ୍ୟାପିଟାଲ୍ସ ।
୨୮ ତମ ଲିଗ୍ ମୁକାବିଲାରେ ସନରାଇଜର୍ସ ହାଇଦ୍ରାବାଦ ଟସ ଜିତି ବୋଲିଂ ନିଷ୍ପତି ନେଇଛି । ଫଳରେ ରାଜସ୍ଥାନ ପ୍ରଥମେ ବ୍ୟାଟିଂ କରିବ । ଉଭୟ ଦଳ ପାଇଁ ଏହି ମ୍ୟାଚ୍ ଗୁରୁତ୍ୱପୂର୍ଣ୍ଣ । କାରଣ ଉଭୟ ପଏଣ୍ଟ ଟେବୁଲରେ ଯଥାକ୍ରମେ ସପ୍ତମ ଓ ଅଷ୍ଟମ ସ୍ଥାନରେ ରହିଛନ୍ତି । ନିଜର ପରାଜୟ ଧାରା ଭାଙ୍ଗି ଉଭୟ ଦଳ ଟେବୁଲରେ ଉପରକୁ ଉଠିବାକୁ ପ୍ରୟାସ କରିବେ । ହାଇଦ୍ରାବାଦ ନିଜ ନେତୃତ୍ୱରେ ପରିବର୍ତ୍ତନ କରିଛି । ଦଳ ଡେଭିଡ୍ ଓ୍ୱାର୍ଣ୍ଣରଙ୍କ ସ୍ଥାନରେ କେନ୍ ଓ୍ୱିଲମସନଙ୍କୁ ଅଧିନାୟକ କରିଛି । ରାଜସ୍ଥାନ ୬ଟି ମ୍ୟାଚ୍ ଖେଳି ୨ଟିରେ ବିଜୟ ଲାଭ କରିଥିବା ବେଳେ ୪ଟିରେ ପରାସ୍ତ ହୋଇଛି । ହାଇଦ୍ରାବାଦ ମଧ୍ୟ ୬ଟି ମ୍ୟାଚରୁ ଗୋଟିଏରେ ବିଜୟଲାଭ କରିଥିବା ବେଳେ ୫ ମ୍ୟାଚରେ ପରାସ୍ତ ହୋଇଛି ।