ଭଟ୍ଟାରିକାଙ୍କ ପୀଠରେ ମନ୍ଦିର ତଳକୁ ଖସିଲା ବନ୍ୟା ଜଳ, ୧୪୪ ଧାରା ବଳବତ୍ତର
ନରସିଂହପୁର : କଟକ ଜିଲା ବଡ଼ମ୍ବା ବ୍ଲକ୍ର ଅଧିଷ୍ଠାତ୍ରୀ ଦେବୀ ମା ଭଟ୍ଟାରିକାଙ୍କ ପୀଠରେ ବନ୍ୟା ଜଳ କମି ମନ୍ଦିର ତଳକୁ ଖସି ଆସିଛି । ବନ୍ୟା ଜଳ କମିଥିଲେ ମଧ୍ୟ ଏବେବି ପାହାଚ ଉପରେ ପାଣି ବହି ଚାଲିଛି । ଏହାକୁ ଦୃଷ୍ଟିରେ ରଖି ଏବେ ବି ବଡ଼ମ୍ବା ପ୍ରଶାସନ ତରଫରୁ ୧୪୪ ଧାରା ବଳବତ୍ତର ରହିଛି ।
ଆଜି ମା’ଙ୍କ ଚଳନ୍ତି ବିଗ୍ରହଙ୍କୁ ତାଙ୍କର ମୁଖ୍ୟ ଆସ୍ଥାନ ମୁଖ୍ୟ ମନ୍ଦିରର ଗର୍ଭଦ୍ୱାରକୁ ନିଆଯିବ । ସକାଳୁ ମା’ଙ୍କର ସମସ୍ତ ନୀତିକାନ୍ତି ଚାଲିଛି । ଆଜି ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବେ ମା’ ଭଟ୍ଟାରିକା ।