୨୩ରେ ଆଦିତ୍ୟ ଦାସ ମୃତ୍ୟୁ ମାମଲାର ଚୂଡ଼ାନ୍ତ ଶୁଣାଣି
କଟକ : ଆସନ୍ତା ଏପ୍ରିଲ୍ ୨୩ ତାରିଖରେ ମାନବପ୍ରେମୀ ଆଦିତ୍ୟ ଦାସଙ୍କ ମୃତ୍ୟୁ ଘଟଣାର ସିବିଆଇ ତଦନ୍ତ ପାଇଁ ରୁଜୁ ହୋଇଥିବା ଦୁଇ ମାମଲାର ଚୂଡାନ୍ତ ଶୁଣାଣି ହେବ । ଆଦିତ୍ୟଙ୍କ ମୃତ୍ୟୁକୁ ନେଇ ସୁପ୍ରିମକୋର୍ଟରେ ଦାୟର ହୋଇଥିବା ମାମଲା ପ୍ରସଙ୍ଗରେ ମଧ୍ୟ ଶୁଣାଣି ସମୟରେ ସରକାରଙ୍କ ପକ୍ଷରୁ ତଥ୍ୟ ଉପସ୍ଥାପନ କରାଯାଇଛି । ୨୦୨୦ ଡିସେମ୍ବର ୩୧ରେ ସରକାରଙ୍କ ପକ୍ଷରୁ ଦାଖଲ ସତ୍ୟପାଠରେ ଆଦିତ୍ୟଙ୍କ ମୃତ୍ୟୁ ଘଟଣାର ତଦନ୍ତ ସମ୍ପର୍କିତ ସବିଶେଷ ତଥ୍ୟ ରହିଥିବା ଗତ ଥର ସରକାରଙ୍କ ପକ୍ଷରୁ ଦର୍ଶାଯାଇଥିଲା । ଏହା ପରେ ମାମଲାର ଚୂଡାନ୍ତ ପର୍ଯ୍ୟାୟ ଶୁଣାଣି ଏପ୍ରିଲ୍ ୨୩କୁ ଧାର୍ଯ୍ୟ କରାଯାଇଛି ।