ଓଡ଼ିଶା ମୋ ପରିବାର ସହାୟତାରେ ବ୍ରହ୍ମପୁର ଆସିଲା ମୃତଦେହ
ବ୍ରହ୍ମପୁର : ମୃତମହିଳାଙ୍କ ଶବ ଆଣିବାରେ ସହାୟ ହେଲା ଓଡ଼ିଶା ମୋ ପରିବାର। ବ୍ରହ୍ମପୁର ଗୋଇଲୁଣ୍ଡି ବଡ଼ ସାହିରେ ପହଁଚିଲା କୁନ୍ତଳା ପଣ୍ଡିତଙ୍କ ମୃତଦେହ । ଗତ ୧୫ ଦିନ ଧରି ସେ ଗୁରୁତର ଭାବେ ଭୁବନେଶ୍ୱର ସ୍ଥିତ ଏମ୍ସ ହସପିଟାଲରେ ଚିକିତ୍ସିତ ହେଉଥିଲେ। ପରିବାରରେ ଆର୍ଥିକ ସ୍ଥିତି ଭଲ ନଥିବା ବେଳେ ବିଜୁ ସ୍ବାସ୍ଥ୍ୟ କାର୍ଡ ମାଧ୍ୟମରେ ମାଗଣା ଚିକିତ୍ସା ସେବା ପାଉଥିଲେ। ଅବସ୍ଥା ଗୁରୁତର ହେବା ସହ ଶନିବାର ସକାଳେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ବ୍ରହ୍ମପୁରକୁ ଶବ ଆଣିବା ପାଇଁ ସ୍ବାମୀ କେଶବ ପଣ୍ଡିତ ଅସମର୍ଥ ହୋଇପଡ଼ିଥିବା ବେଳେ ସାହାର୍ଯ୍ୟ ପାଇଁ ବିଧାୟକ ବିକ୍ରମ କୁମାର ପଣ୍ଡା ଓ ଜିଲ୍ଲା ବିଜେଡି ସଭାପତି ଡା. ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକଙ୍କୁ ଜଣାଇଥିଲେ। ଏହାପରେ ଶବକୁ ଆଣିବା ପାଇଁ ବିଧାୟକ ଓ ଜିଲ୍ଲା ବିଜେଡ଼ି ସଭାପତି ମୁଖ୍ୟମନ୍ତ୍ରୀଙ୍କ ଓଏସ୍ଡି ତଥା ରାଜନୈତିକ ସଚିବ ଡ. ଗୋପବନ୍ଧୁ ଦାସଙ୍କୁ ଅବଗତ କରାଇଥିଲେ। ଏହାପରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଆଦେଶ କ୍ରମେ ଡ. ଦାସ ଓଡ଼ିଶା ମୋ ପରିବାର ସହ ଆଲୋଚନା କରି ଆମ୍ବୁଲାନ୍ସ ଯୋଗେ ଶବକୁ ବ୍ରହ୍ମପୁର ଆଣିବା ପାଇଁ ବ୍ୟବସ୍ଥା କରିଥିଲେ। ଓଡ଼ିଶା ମୋ ପରିବାର ସହାୟତାରେ କୁନ୍ତଳାଙ୍କ ମୃତଦେହ ଆମ୍ବୁଲାନ୍ସ ଯୋଗେ ବ୍ରହ୍ମପୁର ପହଞ୍ଚିଛି। ମୃତ ଦେହ ବ୍ରହ୍ମପୁରରେ ପହଞ୍ଚିବା ପରେ ବିଧାୟକ ବିକ୍ରମ କୁମାର ପଣ୍ଡା, ଜିଲ୍ଲା ବିଜେଡ଼ି ସଭାପତି ଡ଼ା.ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ ଯୁବନେତା ତଥା ସମାଜସେବୀ ଏ. ସନ୍ତୋଷ ପାତ୍ର,ରାଜ୍ୟ ସମ୍ପାଦକ ସୁବାସ ମହାରଣା,ସ୍ଥାନୀୟ କର୍ପୋରେଟର ଟି. ତ୍ରିପତି ପାତ୍ରଙ୍କ ସମେତ ବହୁ ସ୍ଥାନୀୟ ବାସିନ୍ଦା ଉପସ୍ଥିତରେ ଶବ ଦାହ ହୋଇଥିଲା । ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଆଦେଶ କ୍ରମେ ଏଭଳି କାର୍ଯ୍ୟ କରାଯାଉଥିବା କୁହାଯାଇଛି ।