ଜାପାନ – ଓଡିଶା ମଧ୍ୟରେ ପର୍ଯ୍ୟଟନ ଏବଂ କ୍ରୀଡ଼ା କ୍ଷେତ୍ରରେ ସୁଯୋଗ ନେଇ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ
ଟୋକିତ୍ତ୍ୱତ୍ତ୍ୱ : ପର୍ଯ୍ୟଟନ ଏବଂ କ୍ରୀଡ଼ା କ୍ଷେତ୍ରରେ ଜାପାନ ଏବଂ ଓଡିଶା ମଧ୍ୟରେ ସହଯୋଗର ସୁଯୋଗ ରେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାଇଟୋରେ ଏକ ରାଉଣ୍ଡ ଟେବୁଲ୍ ଆଲୋଚନା କରିଥିଲେ । ଏହି ଆଲୋଚନାରେ ପ୍ରମୁଖ ଟୁର୍ ଅପରେଟର ଏବଂ ଜାପାନର ଆତିଥ୍ୟ କ୍ଷେତ୍ରର ପ୍ରତିନିଧୀ ତଥା ଜାପାନର ବିଭିନ୍ନ କ୍ରୀଡ଼ା ସଙ୍ଗଠନ ଏବଂ କ୍ରୀଡା କ୍ଷେତ୍ରର ପ୍ରତିନିଧୀମାନେ ଯୋଗ ଦେଇଥିଲେ ।ଆଲୋଚନା ସମୟରେ ମୁଖ୍ୟମନ୍ତ୍ରୀ ପର୍ଯ୍ୟଟନ ସ୍ଥଳୀ ଭାବରେ ଓଡିଶାର ଅପାର ସମ୍ଭାବନାକୁ ଆଲୋକିତ କରିଥିଲେ । ଓଡ଼ିଶାର ସମୃଦ୍ଧ ବୌଦ୍ଧ ପରମ୍ପରା ବିଶେଷତଃ ଧଉଳି, ଲଲିତଗିରି, ରତ୍ନଗିରି, ଉଦୟଗିରି ସମ୍ପର୍କରେ ମୁଖ୍ୟମନ୍ତ୍ରୀ ସୂଚନା ଦେଇଥିଲେ । ରାଜ୍ୟରେ ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବା ତଥା ପର୍ଯ୍ୟଟନ ଭିତିଭୂମିରେ ଉନ୍ନତି ଆଣିବା ପାଇଁ ଓଡିଶା ସରକାର ନେଇଥିବା ବିଭିନ୍ନ ପଦକ୍ଷେପ ବିଷୟରେ ସେ କହିଥିଲେ ।