ଜନ ଔଷଧି ଅନ୍ତର୍ଗତ ଗରିବ ଲୋକଙ୍କୁ ମହଙ୍ଗା ଔଷଧ ଶସ୍ତାରେ ମିଳୁଥିବା ଦେଖିବା ସନ୍ତୋଷଜନକ : ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ଜନଔଷଧି ଅନ୍ତର୍ଗତ ଗରିବ ଲୋକଙ୍କୁ ମହଙ୍ଗା ଔଷଧ ଶସ୍ତାରେ ମିଳୁଥିବାରୁ ସନ୍ତୋଷ ବ୍ୟକ୍ତ କରିଛନ୍ତି ।ପ୍ରଧାନମନ୍ତ୍ରୀ ଜନଔଷଧି ଯୋଜନା କିପରି ଗରିବ ଲୋକଙ୍କୁ ଶସ୍ତାରେ ଔଷଧ ଯୋଗାଇବାରେ ସାହାଯ୍ୟ କରୁଛି ସେ ସମ୍ପର୍କରେ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ଶ୍ରୀ ସୋମ ପ୍ରକାଶଙ୍କ ଭାବୁକତାଭରା ଟ୍ୱିଟ ପ୍ରତ୍ୟୁତରରେ, ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି; “ଏପରି ଅନେକ ଭାବୁକତାଭରା ଉଦାହରଣ ରହିଛି, ଯେଉଁଥିରୁ ପ୍ରଧାନମନ୍ତ୍ରୀ ଭାରତୟ ଜନଔଷଧି ପ୍ରକଳ୍ପର ସଫଳତା ଜାଣିହୁଏ । ଏହା ସନ୍ତୋଷଜନକ ଯେ, ଆଜି ଦେଶର ଗରିବ ଲୋକେ ମହଙ୍ଗା ଔଷଧ ଶସ୍ତାରେ କିଣି ପାରୁଛନ୍ତି ।