ପୋଖରୀରୁ ଛାତ୍ରୀଙ୍କ ଶବ ଉଦ୍ଧାର ଘଟଣା ଲାଲ୍ ରଙ୍ଗର ଅମ୍ରିତାଙ୍କ ଓଢ଼ଣୀ ପାଣିରୁ ମିଳିଲା
ଯାଜପୁର : ପୋଖରୀଭିତରୁଟ୍ୟୁସନ ଯାଇଥିବା ବିଞ୍ରପୁର ଥାନାବରୀ କୂଳ ଗ୍ରାମର ଅମୂଲ୍ୟ ଦାସ ଓ ସୁପ୍ରିୟା ଦାସଙ୍କ ବଡଝିଅ ଅମ୍ରିତା ଦାସରମୃତ ଦେହ ଉଦ୍ଧାର ଘଟଣାକୁ ଇତିମଧ୍ୟରେ ୬ ଦିନ ବିତିଗଲାଣି ।ଛାତ୍ରୀଜଣକୁ କେହି ଅପରାଧି ହତ୍ୟା କରିଛନ୍ତି ବୋଲି ଛାତ୍ରୀଙ୍କ ସମ୍ପର୍କୀୟ ଭାଇ ରାଜୀବ ଦାସମଙ୍ଗଳପୁର ଥାନାରେଲିଖିତ ଅଭିଯୋଗକରିଥିଲେ । ଅଭିଯୋଗକୁ ଭିର୍ତ୍ତିକରି ପୁଲିସ୍ ଥାନା କେସ୍ ନଂ. ୪୭୭/୨୨ ଓ ଭାରତୀୟ ଦଣ୍ଡ ସଂହିତା ଓ ୩୪ରେ ମାମଲା ରୁଜୁକିର ଘଟଣାର ତଦନ୍ତ ଆରମ୍ଭ କରିଛି ।ଘଟଣା ପରଦିନ ପୁଲିସ୍ ଅଗ୍ନିଶମବାହିନୀ ଦ୍ୱାରା ପୋଖରୀ ଭିତରୁ ଛାତ୍ରୀଙ୍କ ସାଇକେଲ୍କୁ ଉଦ୍ଧାର କରିଥିବାବେଳେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଚଳିତମାସ ୫ ତାରିଖ ଘଟଣାସ୍ଥଳରେ ତଦନ୍ତ କରିଛନ୍ତି । ପରିବାରଲୋକଙ୍କ ଅଭିଯୋଗମୁତାବକ ପୁଲିସ୍ଘଟଣାରେସମ୍ପୃକ୍ତ ଅପରାଧିଙ୍କ ନିକଟରେ ପହଞ୍ଚବାକୁ ସକ୍ଷମ ହୋଇନଥିବାବେଳେ ଚଳିତମାସ ୮ ତାରିଖ ତଥା ଗୁରୁବାର ପୁଲିସ୍ ଦଶରଥପୁର ଅଗ୍ନୀଶମବାହିନଙ୍କ କର୍ମଚାରୀଙ୍କ ସମେତ ଜଣେ ସ୍ଥାନୀୟ ବୁଡାଳୀଙ୍କ ସାହାଯ୍ୟରେ ଉକ୍ତପୋଖରୀ ପାଣିରୁ ଅମ୍ରିତାରଓଢ଼ଣୀକୁ ଖୋଜିବାହାରକରିଛି । ଅପରପକ୍ଷେ ଏହିଘଟଣାରେ ପୁଲିସ୍ ଚଳିତମାସ ୬ ତାରିଖ ଜଣେ ଛାତ୍ରଙ୍କୁ ଥାନାରେ ପ୍ରାୟ ୨ ଘଣ୍ଟା ପଚରା ଉଚରା କରିଛାଡିଛି ।ମୃତା ଅମ୍ରିତା ମାଆ ସୁପ୍ରିୟାଙ୍କ ଅଭିଯୋଗ ମୁତାବକ ଅମ୍ରିତାଙ୍କୁ କମେଟ୍ ମାରିଥିବା ଯୁବକମାନଙ୍କୁ ତଦନ୍ତ ପରିସରଭୁକ୍ତ କରାଗଲେ ଏହି ଘଟଣାର ଖିଅ ମିଳନ୍ତାବୋଲି ସ୍ଥାନୟ ବାସିନ୍ଦା ଦାବି କରିଥିବାବେଳେ ଏହି ଯୁବକଙ୍କ ମଧ୍ୟରେ ନିକଟସ୍ଥ ଅମିତାଭ୍ ବଚ୍ଚନ ଛକରେ ଥିବ ଟିପିଏନ୍ଓଡିଏଲ୍ କାର୍ଯ୍ୟାଳୟରେ କାର୍ଯ୍ୟକରୁଥିବା ଜଣେ ଯୁବକ ରହିଥିବା ପୁଲିସ୍କୁସୂଚନାମିଳିଛି ।ସେହିପରି ଘଟଣା ଦିନ ସ୍ଥାନୀୟ ନନ୍ଦିପୁରବଜାର ଓ ବରୀକୂଳରାସ୍ତାରେ ଏକ ଲାଲ୍ ରଙ୍ଗର କାରବାରମ୍ବାର ଏପଟ ସେପଟ ହେଉଥିବା ବଜାରରେ ଲାଗିଥିବା ସିସିଟିଭି ଚିତ୍ରରୁ ପୁଲିସ୍ ଜାଣିବାକୁ ପାଇଥିବାବେଳେ ଅମ୍ରିତାରମୃତ୍ୟୁ ପଛରେ ଏହିଲାଲ୍ ରଙ୍ଗର କାର କୌଣସି ସମ୍ବନ୍ଧ ଥାଇପାରେ ବୋଲି ପୁଲିସ୍ ଓ ସ୍ଥାନୀୟଲୋକେ ସନ୍ଦେହ ପ୍ରକାଶକରିଛନ୍ତି । ଯାହାକୁ ନେଇ ପୁଲିସ୍ ଏହି ଲାଲରଙ୍ଗ କାରକୁ ଠାବକରିବାକୁ ପ୍ରବଳ ଉଦ୍ୟମଜାରି ରଖିଥିବାବେଳେ ଉକ୍ତଲାଲ ରଙ୍ଗର କାରଟିଚଣ୍ଡିଖୋଲ ଅଞ୍ଚଳର ବୋଲି ବିଶେଷସୂତ୍ରରୁ ସୂଚନା ମିଳିଛି ।ସୂଚନା ଥାଉକି ବିଞ୍ରପୁର ଥାନା ଉତ୍ତଙ୍ଗରା ପଞ୍ଚାୟତ ବରୀକୂଳଗ୍ ରାମର ଅମ୍ରିତା ମଙ୍ଗଳପୁର ଥାନା ନନ୍ଦିପୁର ସରକାରୀ ଉଚ୍ଚ ବିଦ୍ୟାଳୟର ୯ମ ଶ୍ରେଣୀରେ ଅଧ୍ୟୟନ କରୁଥିଲେ ।ବାପା ଅମୂଲ୍ୟ କେନ୍ଦୁଝର ଜିଲ୍ଲା ବଡବିଲ ଅଞ୍ଚଳରେ ଏକ ଖଣିରେ କାର୍ଯ୍ୟକରୁଥିବାରୁ ସେଠାରେ ରହୁଥିବାବେଳେ ମାଆ ଓ ଦୁଇଝିଅ ବରୀକୂଳଗ୍ରାମରେରହୁଥିଲେ । ଅମ୍ରିତା ପ୍ରତିଦିନ ମଙ୍ଗଳପୁର ଥାନା ନନ୍ଦିପୁର ପଞ୍ଚାୟତବାବଲପୁର ଗ୍ରାମର ବିଷ୍ଣ ଚରଣ ପାଠୀଙ୍କ ନିକଟକୁ ଟ୍ୟୁସନ ହେବାକୁ ସାଇକେଲ୍ରେ ଯାଇଥାଆନ୍ତି ।ଚଳିତମାସ ୩ ତାରିଖ ଶନିବାର ଅମ୍ରିତା ଟ୍ୟୁସନ ପରେଘରେ ପହଞ୍ଚ ନଥିବାବେଳେ ନନ୍ଦିପୁରବଜାର ନିକଟସ୍ଥ ଏକ ପୋଖରୀରୁତାଙ୍କ ମୃତ ଦେହକୁଭାସମାନ ଅବସ୍ଥାରେଉଦ୍ଧାରକରାଯାଇଥିଲା ।