ରୋଟାରି କ୍ଳବ ପକ୍ଷରୁ ଶିକ୍ଷକ ସମ୍ବର୍ଦ୍ଧନା ଉତ୍ସବ
ଭୁବନେଶ୍ୱର : ଭୁବନେଶ୍ୱର ରୋଟାରି କ୍ଳବ ଫ୍ଲେମିଙ୍ଗୋ ପକ୍ଷରୁ ୧୧ ଜଣ ଶିକ୍ଷକଙ୍କୁ ସମ୍ବର୍ଦ୍ଧିତ କରିବା ସହିତ କ୍ଳବର ନୂତନ ପଦାଧିକାରୀ ଅଧିଷ୍ଠାନ ଉତ୍ସବ ଅନୁଷ୍ଠିତ ହୋଇଯାଇଅଛି | ରୋଟାରି ଇଣ୍ଡିଆ ଲିଟେରାସି ମିସନ ଅଧୀନରେ ଏହି ଶିକ୍ଷକ ମାନଙ୍କୁ ସେମାନଙ୍କର ଉତ୍ସର୍ଗୀକୃତ ସେବା ଓ ପାରଦର୍ଶିତା ଯୋଗୁ ସେମାନଙ୍କୁ ନେସନ ବିଲଡର ବା ଜାତିର ଗଠନକାରୀ ସମ୍ମାନରେ ସମ୍ମାନିତ କରାଯାଇଅଛି | କ୍ଳବ ସଭାପତି ଡ଼କ୍ଟର ସ୍ମିତା ସିହ୍ନ|ଙ୍କ ନେତୃତ୍ୱରେ ସମ୍ମାନିତ ଶିକ୍ଷକ ମାନେ ହେଲେ :- ୧. ବରମୁଣ୍ଡା ସରକାରୀ ୟୁପି ସ୍କୁଲର ଶିକ୍ଷକ ଅଜୟ କୁମାର ଭୋଳ, ୨. ଗଣିଆ କିଶୋର ପ୍ରସାଦ ସ୍ଥିତ ଗ୍ରାମ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ଗୋଲକ ବିହାରୀ ସାହୁ, ୩. ଚାପୁଣ୍ଡିଆ ଭାଗିରଥି ସରକାରୀ ୟୁପି ସ୍କୁଲର ପଦ୍ମିନୀ ସାହୁ, ୪. ଉଛବାଳି ନୋଡାଲ ୟୁପି ସ୍କୁଲର କବିତାଞ୍ଜଳୀ ସାହୁ, ୫. ଗଣିଆର ରସଙ୍ଗାସ୍ଥିତ ଆରସିପିବି ସରକାରୀ ହାଇସ୍କୁଲର ଭାଗିରଥି ଜାନି, ୬. ଗଣିଆର ନାରାୟଣ ପ୍ରସାଦ ସ୍ଥିତ ସରକାରୀ ୟୁଜ଼ି ହାଇସ୍କୁଲର ଶିକ୍ଷକ ସତ୍ୟବାଦୀ ସାହୁ, ୭. ଗଣିଆ ବେଲପଦା ପାଟଣା ସ୍ଥିତ ଶ୍ରୀ ଶ୍ରୀ ଦଧିବାବନ ଜିୟୁ ହାଇସ୍କୁଲର ଶିକ୍ଷକ ସମିର କୁମାର ମହାପାତ୍ର, ୮. ଗଣିଆ ସ୍ଥିତ କିଶୋର ଚନ୍ଦ୍ର ବିଦ୍ୟାପିଠ ହାଇସ୍କୁଲର ଶିକ୍ଷୟିତ୍ରୀ ସସ୍ମିତା ମଣ୍ଡଳ, ୯. ଗଣିଆ ବଡ଼ସିଲିଙ୍ଗା ସରକାରୀ ୟୁଜି ହାଇସ୍କୁଲର ଶଲ୍ୟ କୁମାର ଭୂଇଁ, ୧୦. ଗଣିଆ ଅଦାକଟା ସ୍ଥିତ ପଦ୍ମନାଭ ସରକାରୀ ହାଇସ୍କୁଲର ଯୁଧିଷ୍ଠିର କଁଅର, ୧୧. ଗଣିଆ ରାଜିଙ୍ଗି ସ୍ଥିତ ରାଜିଙ୍ଗି ୟୁଜି ହାଇସ୍କୁଲର ଶିକ୍ଷକ ହିମାଂଶୁ ଶେଖର ହଂସଦା କ୍ୟାପିଟାଲ ହସ୍ପିଟାଲର ପିଜି ଆଇଏମଇଆଇ ନିର୍ଦ୍ଦେଶକ ଡାକ୍ତର ନିବେଦିତା ପାଣି ମୁଖ୍ୟ ଅତିଥି ଭାବେ ଓ ରୋଟାରି ଆସିଷ୍ଟାଣ୍ଟ ଗଭର୍ଣ୍ଣର ଆୟୁଷ ଜଶୋରୀଆ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଶିକ୍ଷକମାନଙ୍କୁ ଅଭିଭାଷଣ ମାଧ୍ୟମରେ ଉତ୍ସାହିତ କରିଥିଲେ | କ୍ଲବର ଉପସଭାପତି ମାନବେନ୍ଦୁ ରଥ, ସ୍ଟ୍ରାଟେଜ଼ୀକ ପ୍ଳାନିଙ୍ଗର ନିର୍ଦ୍ଧେଶକ ସୁରେନ୍ଦ୍ର କୁମାର ସାହୁଙ୍କ ସମେତ କ୍ଲବ ସଭାପତି, ମୁଖ୍ୟ ଅତିଥି ଓ ସମ୍ମାନୀୟ ଅତିଥିବୃନ୍ଦ ନୂତନ କ୍ଲବ ସଭାପତି ମିନତୀ ବେହେରାଙ୍କୁ ଦାୟିତ୍ୱ ହସ୍ତାନ୍ତର କରିଥିଲେ | ଲୋପାମୁଦ୍ରା ମହାନ୍ତି ନୂତନ ସମ୍ପାଦିକା ଭାବେ, ଜସ୍ମିନ ଗୌଡ଼ କୋଷାଧ୍ୟକ୍ଷ ଭାବେ, କାହ୍ନୁ ଚରଣ ମହାପାତ୍ର ଉପସଭାପତି ଭାବେ ଓ ଦେବାଶିଷ ସାହୁ ଯୁଗ୍ମ ସମ୍ପାଦକ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ | ରୋଟାରୀଏନ ଡ଼ଃ ହେମନ୍ତ ଦାସ ଧନ୍ୟବାଦ ଅର୍ପଣ କରିଥିଲେ |