ଟି-୨୦ ବିଶ୍ୱକପ୍ : ଇଂଲଣ୍ଡକୁ ୫ ଓ୍ବିକେଟରେ ହରାଇ ଫାଇନାଲରେ ନ୍ୟୁଜିଲାଣ୍ଡ
![](https://thetruths.in/wp-content/uploads/2021/11/NewZealand-Beat-England-1024x576.jpg)
ଆବୁଧାବି : ଟି-୨୦ ବିଶ୍ୱକପର ପ୍ରଥମ ଫାଇନାଲିଷ୍ଟ ନ୍ୟୁଜିଲାଣ୍ଡ । ଆବୁଧାବି ଠାରେ ଖେଳାଯାଇଥିବା ଟି-୨୦ ବିଶ୍ବକପର ପ୍ରଥମ ସେମିଫାଇନାଲ ମ୍ୟାଚରେ ନ୍ୟୁଜିଲାଣ୍ଡ ଇଂଲଣ୍ଡକୁ ୫ ଓ୍ବିକେଟରେ ପରାସ୍ତ କରିଛି । ୧୯ ଓଭରରେ ୫ ଓ୍ବିକେଟ ହରାଇ ୧୬୭ ରନ୍ କରିବା ସହ ଫାଇନାଲରେ ପ୍ରବେଶ କରିଛି ଟିମ୍ ନ୍ୟୁଜିଲାଣ୍ଡ। ଡାରେଲ ମିଚେଲଙ୍କ ଦମଦାର ୭୨ ରନ୍ ବଳରେ ଦଳ ୫ ଓ୍ବିକେଟ୍ରେ ବିଜୟ ହାସଲ କରିଛି । ଏହି ବିଜୟ ସହ ନ୍ୟୁଜିଲାଣ୍ଡ ଫାଇନାଲର ପ୍ରବେଶ କରିଛି ।
ଆବୁଧାବିରେ ଖେଳା ଯାଇଥିବା ଏହି ମ୍ୟାଚରେ ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା ନ୍ୟୁଜିଲାଣ୍ଡ । ଜୋସ ବଟଲର(୨୯) ଓ ଜନି ବେୟାରଷ୍ଟୋ(୧୩) ପ୍ରଥମ ୱିକେଟରେ ୩୭ ରନ ଯୋଡିଥିଲେ । ୧୬ ରନ ବ୍ୟବଧାନରେ ସୋଧୀଙ୍କୁ ରିଭର୍ସ ସ୍ୱିପ ଖେଳିବାକୁ ଯାଇ ବଟଲର ଆଉଟ ହୋଇଥିଲେ । ଡାୱିଡ ମଲାନ(୪୧) ଏବଂ ମୋଇନ ଅଲୀ(୫୧)ଙ୍କ ମଧ୍ୟରେ ୬୩ ରନର ଭାଗିଦାରୀ ହୋଇଥିଲା । ମଲାନ ୩୦ ବଲରୁ ୪ ଚୌକା ଓ ୧ ଛକା ସହିତ ୪୧ ରନ ସଂଗ୍ରହ କରିଥିଲେ । ମୋଇନ ଅଲୀ ୩୭ ବଲରୁ ୩ ଚୌକା ଓ ୨ ଛକା ସହିତ ୫୧ ରନ ସଂଗ୍ରହ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଲିଆମ ଲିଭିଙ୍ଗଷ୍ଟୋନ ୧୭ ରନର ଅବଦାନ ଦେଇଥିଲେ । ଏହା ସହ ଇଂଲଣ୍ଡ ଟିମ୍ ନିର୍ଦ୍ଧାରିତ ୨୦ ଓଭରରେ ୪ ଓ୍ବିକେଟ ହରାଇ ୧୬୬ ରନ୍ କରିଥିଲା। ନ୍ୟୁଜିଲାଣ୍ଡ ପକ୍ଷରୁ ଟିମ୍ ସାଉଦି, ଆଡାମ ମିଲନେ, ଇସ୍ ସୋଧୀ ଓ ଜିମି ନିଶାମ ପ୍ରତ୍ୟେକ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ ।
ଇଂଲଣ୍ଡ ଦ୍ବାରା ରଖାଯାଇଥିବା ୧୬୭ରନର ବିଜୟ ଲକ୍ଷ୍ୟକୁ ନ୍ୟୁଜିଲାଣ୍ଡ ୧୯ ତମ ଓଭରରେ ୫ ଓ୍ବିକେଟ ହରାଇ ହାସଲ କରିନେଇଥିଲା । ନ୍ୟୁଜିଲାଣ୍ଡ ପକ୍ଷରୁ ଡାରିଲ ମିଚେଲ ଅପରାଜିତ ୭୨ ରନ କରି ଦଳୀୟ ବିଜୟରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ । ସେହିପରି ଡେଭନ କନଓ୍ବେ ୪୬ ରନ ଓ ନିସାମ ୨୭ ରନ କରିଥିଲେ । ଏହି ମ୍ୟାଚରେ ନ୍ୟୁଜିଲାଣ୍ଡ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରିବାକୁ ଓହ୍ଲାଇଥିବା ଇଂଲଣ୍ଡ ଆରମ୍ଭରୁ ସତର୍କତାର ସହ ଖେଳି ଥିଲା । କିନ୍ତୁ ପରେ ଦୁଇ ଓପନର ହାତଖୋଲା ସଟ ଖେଳିବା ଆରମ୍ଭ କରିଥିଲେ । ମାତ୍ର ଓପନର ଜନି ବେୟାରଷ୍ଟୋ ମାତ୍ର ୧୬ ରନ କରି ଆଉଟ ହେବା ପରେ ଦଳକୁ ଝଟକା ଲାଗିଥିଲା । କିନ୍ତୁ ଜସ ବଟଲର ସତର୍କତାର ସହ ଖେଳି ଦଳୀୟ ସ୍କୋରକୁ ଆଗେଇ ନେଇଥିଲେ । ସେ ୨୪ ବଲରୁ ୨୯ ରନ କରିଥିଲେ । ଓପନିଂ ଯୋଡ଼ି ଆଉଟ ହେବା ପରେ ଆସିଥିବା ଡାଓ୍ବିଡ ମଲାନ ଓ ମୋଇନ ଅଲ୍ଲୀ ଲଢୁଆ ବ୍ୟାଟିଂ କରି ଦଳୀୟ ସ୍କୋରକୁ ଦ୍ରୁତ ଗତିରେ ଆଗେଇ ନେଇଥିଲେ । ଅଲ୍ଲୀ ୩୬ ବଲରୁ ନିଜର ଅର୍ଦ୍ଧଶତକ କରିଥିଲେ । ସେହିପରି ମଲାନ ୪୨ରନ ଓ ଲିଆମ ଲିଭିଙ୍ଗଷ୍ଟୋନ ୧୭ ରନ କରିଥିଲେ ।