କନ୍ଧମାଳ ଜିଲା ଏସପି ଭାବେ ଯୋଗଦେଲେ ଶୁଭେନ୍ଦୁ ପାତ୍ର
![](https://thetruths.in/wp-content/uploads/2023/01/SP-Suvendu-Patra.jpg)
ଜିଲାର ଆଇନ ଶୃଙ୍ଖଳା ପରିସ୍ଥିତି ସହ ମାଓ ସମସ୍ୟା ଉପରେ ବିଶେଷ ଗୁରୁତ୍ୱ ଦିଆଯିବ
ଫୁଲବାଣୀ : କନ୍ଧମାଳ ଜିଲାର ନୂତନ ଆରକ୍ଷୀ ଅଧୀକ୍ଷକ (ଏସପି) ଭାବେ କାର୍ଯ୍ୟରେ ଯୋଗ ଦେଲେ ଯୁବ ଓଡ଼ିଆ ଆଇପିଏସ ଅଧିକାରୀ ଶୁଭେନ୍ଦୁ ପାତ୍ର । ଯୋଗ ଦେବା ପରେ ତାଙ୍କୁ ବିଭାଗୀୟ ଅଧିକାରୀ ମାନେ ଫୁଲତୋଡା ଦେଇ ସ୍ବାଗତ ଜଣାଇଛନ୍ତି । ଜିଲାର ଆଇନ ଶୃଙ୍ଖଳା ପରିସ୍ଥିତି ସହ ମାଓ ସମସ୍ୟା ଉପରେ ବିଶେଷ ଗୁରୁତ୍ୱ ଦିଆଯିବ ବୋଲି ଯୋଗ ଦେବା ଅବସରରେ ଶ୍ରୀ ପାତ୍ର କହିଛନ୍ତି ।
ସୂଚନା ଯେ, କନ୍ଧମାଳ ଏସପି ଭିନିତ ଅଗ୍ରଓ୍ଵାଲଙ୍କୁ ଯାଜପୁର ଆରକ୍ଷୀ ଅଧୀକ୍ଷକ ଭାବେ ବଦଳି ହୋଇଛି । ମଙ୍ଗଳବାର ପୂର୍ବତନ ଏସପିଙ୍କୁ ସ୍ଥାନୀୟ ରିଜର୍ଭ ପୋଲିସ ଲାଇନଠାରେ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଥିବା ବେଳେ ବୁଧବାର ପୂର୍ବତନ ଏସପିଙ୍କ ଠାରୁ ନୂତନ ଏସପି ଭାବେ ଶ୍ରୀ ପାତ୍ର ଦାୟିତ୍ୱ ଗ୍ରହଣ କରିଥିଲେ । ପୂର୍ବରୁ ଶ୍ରୀ ପାତ୍ର ମାଲକାନଗିରି ଏସଡିପିଓ ଭାବେ କାର୍ଯ୍ୟରତ ଥିଲେ । ମାଲକାନଗିରି ଭଳି ମାଓ ପ୍ରବଣ ଅଞ୍ଚଳରେ କାର୍ଯ୍ୟ କରିଥିବାରୁ କନ୍ଧମାଳ ଜିଲ୍ଲାର ମାଓ ସମସ୍ୟାକୁ ସେ ଅଧିକ ଦକ୍ଷତାର ସହିତ ମୁକାବିଲା କରି ପାରିବେ ବୋଲି ଆଶା କରାଯାଉଛି ।