କରୋନାରେ ମୃତ୍ୟୁ ସନ୍ଦେହ କରି ଶବ ଛୁଇଁଲେନି ପରିବାର କି ପଡୋଶୀ, ସ୍ଵେଚ୍ଛାସେବୀଙ୍କ ଦ୍ୱାରା ଦାହସଂସ୍କାର
ଆଠଗଡ : ମହାମାରୀ କରୋନା ହଜାଇଦେଲା ମାନବିକତା । ମୃତ୍ୟୁ ପରେ ବି ହାତ ଦେଲେନି ପରିବାର କି ପଡୋଶୀ । କରୋନାରେ ମୃତ୍ୟୁ ହୋଇଥିବା ସନ୍ଦେହ କରି ଛୁଇଁଲେନି ଶବକୁ । ଶନିବାରଠାରୁ ଗାଁରେ ପଡିରହିଥିଲା ମୃତଦେହ । ଶେଷରେ ବହୁ ଟଣାଓଟରା ପରେ ରବିବାର ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କ ପ୍ରଚେଷ୍ଟାରେ କିଛି ସ୍ବେଚ୍ଛାସେବୀ ପିପିଇ କିଟ୍ ପିନ୍ଧି ଶବଦାହ କରିଛନ୍ତି ।
ଏଭଳି ଘଟଣା ଦେଖିବାକୁ ମିଳିଛି ବଡମ୍ବା ବ୍ଲକ୍ ଅଭିମାନପୁର ଅନ୍ତର୍ଗତ ବୀରବରପୁର ଗାଁରେ । ମୃତକ ଜଣଙ୍କ ତିଗିରିଆ ଗଦାଧରପୁର ଗାଁର ବିନୋଦ ସାହୁ । ତାଙ୍କ ବୟସ ୪୦ ବର୍ଷ । ସେ ନିଜ ଶ୍ବଶୁର ଘରେ ରହୁଥିବା ବେଳେ ଗତ କିଛି ଦିନ ହେବ ଜ୍ବରରେ ପୀଡ଼ିତ ହୋଇ ଶ୍ବଶୂର ଘରେ ଚିକିତ୍ସିତ ହେଉଥିଲେ । ହେଲେ ଶନିବାର ତାଙ୍କର ମୃତ୍ୟୁ ହୋଇଥିଲା ।