ଆଜି ମହମ୍ମଦ ଜୁବୈରର ଜାମିନ ଆବେଦନ ଉପରେ ଶୁଣାଣି କରିବ ସୁପ୍ରିମକୋର୍ଟ
ନୂଆଦିଲ୍ଲୀ : ଫ୍ୟାକ୍ଟ ଚେକ୍ ସହିତ ଯୋଡ଼ିଥିବା ୱେବସାଇଟ୍ ଆଲ୍ଟ ନ୍ୟୁଜର ସହ-ସଂସ୍ଥାପକ ମହମ୍ମଦ ଜୁବୈର ସୁପ୍ରିମ କୋର୍ଟରେ ଜାମିନ ଆବେଦନ ଦାୟର କରିଛି । ସୁପ୍ରିମକୋର୍ଟ ଜୁବୈରର ଜାମିନ ଆବେଦନରେ ଆଜି ଶୁଣାଣି କରିବ ।
ଗୁରୁବାର ଦିନ ଜୁବୈର ପକ୍ଷରୁ ଓକିଲ କୋଲିନ୍ ଗୋଞ୍ଜାଲ୍ବେସ୍ ଜଷ୍ଟିସ୍ ଇନ୍ଦିରା ବାନାର୍ଜୀଙ୍କ ଅଧ୍ୟକ୍ଷତା ବାଲା ବେକେଶନ ବେଂଚରେ ଜାମିନ ଆବେଦନ ଉପରେ ଖୁବ୍ଶୀଘ୍ର ଶୁଣାଣୀର ଦାବି କରିଛନ୍ତି । ସେ କହିଛନ୍ତି ଯେ କି କି ଜୁବୈରକୁ ଇଟରନେଟ୍ରେ ଜୀବନରୁ ମାରିବାର ଧମକି ଦିଆଯାଉଛି । ଏହାପରେ କୋର୍ଟ ଚିଫ୍ ଜଷ୍ଟିସ୍ଙ୍କ ଅନୁମତି ମିଳିବା ପରେ ୮ ଜୁଲାଇକୁ ଶୁଣାଣି କରିବାର ଆଦେଶ ଦେଇଥିଲେ ।