ନନ୍ଦନକାନନରେ ଗ୍ରୀଷ୍ମ ପରିଚାଳନା ଆରମ୍ଭ, ପଶୁପକ୍ଷୀଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା
ଭୁବନେଶ୍ବର : ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଗ୍ରୀଷ୍ମ ପରିଚାଳନା ଆରମ୍ଭ ହୋଇଛି । ପ୍ରାଣୀ ଉଦ୍ୟାନରେ ଥିବା ପଶୁପକ୍ଷୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି।
ଆଗକୁ ମାଡ଼ି ଆସୁଛି ଗ୍ରୀଷ୍ମ ପ୍ରବାହ। ଏନେଇ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଥିବା ପଶୁପକ୍ଷୀ ମାନଙ୍କ ପାଇଁ ବ୍ୟାପକ ପଦକ୍ଷେପମାନ ନିଆଯାଇଛି। ଗ୍ରୀଷ୍ମ ଦାଉରୁ ସେମାନଙ୍କୁ ରକ୍ଷା କରିବା ପାଇଁ ସ୍ବତନ୍ତ୍ର ଗ୍ରୀଷ୍ମ ପରିଚାଳନା କାର୍ଯ୍ୟ କରାଯାଉଛି। ପଶୁପକ୍ଷୀ ମାନେ ରହିଥିବା ଖୁଆଡ଼ର ତାର ଜାଲି ଉପରେ ବାଉଁଶ ତାଟି ଲଗାଯାଉଛି। ପଶୁପକ୍ଷୀଙ୍କ ପାଇଁ ଅଧିକ ପରିମାଣର ପାଣି ମହଜୁଦ ରଖାଯାଉଛି। ଯାହା ଗ୍ରୀଷ୍ମପ୍ରବାହ ସମୟରେ ସେମାନଙ୍କର କୌଣସି ଅସୁବିଧା ନହୁଏ। ପ୍ରାଣୀ ଉଦ୍ୟାନର ଛୋଟ ଖୁଆଡ଼ରେ ପ୍ରାଣୀଙ୍କ ସୁରକ୍ଷା କାର୍ଯ୍ୟ ଆରମ୍ଭ ହୋଇଥିବା ନେଇ ନନ୍ଦନକାନନ ପ୍ରାଣୀ ଉଦ୍ୟାନର କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।