ରାଜଧାନୀରେ ଲଜ୍ଜା! ନାବାଳିକା ଅଭିନେତ୍ରୀଙ୍କୁ ଦୁଷ୍କର୍ମ ସହ ଅଶ୍ଲୀଳ ଭିଡିଓ କଲେ ପ୍ରଯୋଜକ
ମାମଲା ରୁଜୁ କରି ତଦନ୍ତ ଆରମ୍ଭ କଲା କମିଶନରେଟ୍ ପୋଲିସ
ଭୁବନେଶ୍ବର : ନାବାଳିକା ଅଭିନେତ୍ରୀଙ୍କୁ ଅଭିନୟ ଆଳରେ ଭୁବନେଶ୍ବର ଡାକି ଦୁଷ୍କର୍ମ କରିବା ସହିତ ଅଶ୍ଲୀଳ ଭିଡିଓ କଲେ ପ୍ରଯୋଜକ । ରାଜଧାନୀ ଭୁବନେଶ୍ୱର ଉପକଣ୍ଠରେ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ପୀଡ଼ିତା ଅଭିଯୋଗ କରିବା ପରେ କମିଶନରେଟ୍ ପୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି ।
ସୂଚନା ଯେ, ପ୍ରଯୋଜକ ସୁରଜ ବିଶ୍ବାଳଙ୍କ ସହ ଅନେକ ମ୍ୟୁଜିକାଲ ଭିଡିଓରେ କାମ କରିଛନ୍ତି ନାବାଳିକା ଅଭିନେତ୍ରୀ। ସାଇଡ ଆର୍ଟିଷ୍ଟ ଭାବେ କାମ କରାଇଥିବା ବେଳେ ଅଭିନେତ୍ରୀଙ୍କ ଟଙ୍କା ବାକି ରଖିଥିଲେ ପ୍ରଯୋଜକ। ତେବେ ଭିଡିଓ ପ୍ରମୋସନ ଓ ରିଲିଜ ପରେ ଭଲ ବ୍ୟବସାୟ ନ ହୋଇଥିବାରୁ ପ୍ରଯୋଜକ ଦେବାଳିଆ ସ୍ଥିତି ଯୋଗୁଁ ଟଙ୍କା ଦେଇପାରିନଥିଲେ। ହେଲେ ଅଭିନେତ୍ରୀ ଜଣକ ଟଙ୍କା ପାଇଁ ପ୍ରଯୋଜକଙ୍କୁ କହିଆସୁଥିଲେ।
ପରେ ଏନେଇ ଉଭୟଙ୍କ ମଧ୍ୟରେ କଥାବାର୍ତ୍ତା ପରେ ଟଙ୍କା ଦେବେ ବୋଲି ଡକାଇ ଭରତପୁର ଥାନା ଅଞ୍ଚଳର ଏକ ସ୍ଥାନରେ ତାଙ୍କ ସହ ଦୁଷ୍କର୍ମ କରିବା ସହ କ୍ୟାମେରାମ୍ୟାନ ଭିଡିଓ ସୁଟ କରିଥିବା ମଧ୍ୟ ଅଭିଯୋଗ କରିଛନ୍ତି ନାବାଳିକା ଅଭିନେତ୍ରିୀ । ଏମିତି ଅଭିଯୋଗ ପରେ ଏବେ ରାଜଧାନୀରେ ଚାଞ୍ଚଲ୍ୟ ଖେଳିଯାଇଛି । ଏନେଇ ପ୍ରଯୋଜକ ସଂସ୍ଥାର ବିଭିନ୍ନ ଅଫିସ ଉପରେ ଚଢାଉ କରିଛି ପୋଲିସ। ଅଭିଯୋଗକାରିଣିଙ୍କ ଅଭିଯୋଗ ଆଧାରରେ ପ୍ରଯୋଜକ ସୁରଜ ବିଶ୍ବାଳକୁ ପୋଲିସ ଖୋଜୁଥିବା ବେଳେ ପୋକ୍ସୋ ଆକ୍ଟରେ ତଦନ୍ତ ଚଳାଇଛି ପୋଲିସ ।