ଖରା ଦିନର ଜୀବନଶୈଳୀ
➡️ ଖରାଦିନେ ଯେତେ ଅଧିକ ସମୟ ଘରେ ରହିବେ ଭଲ । ବାହାରକୁ ଯାଉଥିଲେ ଦିନ ୧୦ଟା ପୂର୍ବରୁ ବାହାରିଯାଆନ୍ତୁ । ସନ୍ଧ୍ୟା ପରେ ଘରକୁ ଫେରନ୍ତୁ ।
➡️ ପାଣି ଅଧିକ ପିଅନ୍ତୁ । ଜଳୀୟ ଅଂଶ ଅଧିକ ଥିବା ଫଳ ଯେମିତିକି କାକୁଡି, ତରଭୁଜ, ତାଳସଜ, କମଳା ଆଦି ଅଧିକ ପରିମାଣରେ ଖାଆନ୍ତୁ ।
➡️ ରାସ୍ତାକଡରେ ବିକ୍ରି ହେଉଥିବା ଖାଦ୍ୟରୁ ଦୂରରେ ରହନ୍ତୁ । ସତେଜ ଫଳ ଓ ପନିପରିବା ଖାଆନ୍ତୁ ।
➡️ ରାତିରେ ଡେରି କରି ଖାଆନ୍ତୁ ନାହିଁ । ଶୋଇବାରେ ମଧ୍ୟ ବିଳମ୍ବ କରନ୍ତୁ ନାହିଁ ।
➡️ଖରାଦିନେ ଅତ୍ୟଧିକ ମଦ୍ୟପାନ ଭଳି କୁଅଭ୍ୟାସରୁ ଦୂରେଇ ରହିବାକୁ ଚେଷ୍ଟା କରନ୍ତୁ । ଅଧିକାଂଶ ଯୁବପିଢି ଚିଲ୍ଡ ବିୟର ପିଇ ଖରାଦିନକୁ ଉପଭୋଗ କରନ୍ତି । କିନ୍ତୁ ସ୍ୱାସ୍ଥ୍ୟ ପାଇଁ ଏହା ଅତ୍ୟନ୍ତ କ୍ଷତିକାରକ ।
➡️ ଦିନ ୧୦ଟା ପୂର୍ବରୁ ଘରର ଝରକା ଗୁଡିକୁ ବନ୍ଦ କରିଦିଅନ୍ତୁ । ଘରେ ଏସି ନଥିଲେ ଝରକା ପାଖରେ ପରଦାକୁ ଭିଜା କରି ଟାଙ୍ଗି ପଙ୍ଖା ଚଲାଇ ଦିଅନ୍ତୁ ।
➡️ ଦିନକୁ ଅତି କମ୍ରେ ଦୁଇଥର ସ୍ନାନ କରନ୍ତୁ । ଏହାଦ୍ୱାରା ଶରୀରର ତାପମାତ୍ରା ସନ୍ତୁଳିତ ରହିବ ।
➡️ ଟିକେ ଛାଇ ଜାଗା ଦେଖି ଗାଡି ପାର୍କିଂ କରନ୍ତୁ । ଖରାରେ ଗାଡି ପାର୍କିଂ କରିଥିଲେ ହଠାତ୍ ଯାଇ ଗାଡି ଭିତରେ ବସିହେବ ନାହିଁ । ଏସି ଚଲାଇଲେ ମଧ୍ୟ ତୁରନ୍ତ ଥଣ୍ଡା ଅନୁଭବ ହେବ ନାହିଁ ।
➡️ ଫ୍ରିଜ ପାଣି ପରିବର୍ତ୍ତେ ମାଠିଆ କିମ୍ବା ଅନ୍ୟ କୌଣସି ମାଟି ପାତ୍ରରେ ଥିବା ପାଣି ପିଅନ୍ତୁ । ଏହା ସ୍ୱାସ୍ଥ୍ୟ ପାଇଁ ଉପକାରୀ ।
ଖରାଦିନିଆ ଘରସଜ୍ଜା
➡️ ଖସମର୍ ହୋମ୍ ଡେକୋରେସନ୍ କହିଲେ କେବଳ ଘରର ସାଜସଜ୍ଜାକୁ ବୁଝାଏ ନାହିଁ । କାରଣ ସାଜସଜ୍ଜା ଉପରେ ନିର୍ଭର କରେ ଆପଣଙ୍କ ଜୀବନଶୈଳୀ । ତେଣୁ ଏମିତି ଭାବେ ଘରକୁ ଡେକୋରେଟ୍ କରନ୍ତୁ ଯାହା ଫଳରେ ଖରାଦିନର ଉତ୍ତପ୍ତ ପରିବେଶରେ ମଧ୍ୟ ଆପଣ ଶୀତଳ ଅନୁଭବ କରିବେ ।
➡️ ଘରୁ ଓଜନିଆ ପରଦା ସବୁ ବାହାର କରି ହାଲ୍କା ତଥା ଫିକା ରଂଗର ପରଦା ଟାଙ୍ଗନ୍ତୁ ।
➡️ ଭେଲଭେଟ୍ କିମ୍ବା ସିଲ୍କର ବେଡସିଟ୍ ବଦଳରେ ସୂତାର ବେଡସିଟ୍ ବ୍ୟବହାର କରନ୍ତୁ ।
➡️ ଲେଦର ସୋଫା ଥିଲେ ତା ଉପରେ ସୂତାର ସୋଫା କଭର ପକାଇ ଦିଅନ୍ତୁ ।
➡️ ଖରାଦିନେ କେବେ ବି ଭେଲଭେଟ, ସିଲ୍କ କିମ୍ବା ଜରିକାମ ହୋଇଥିବା କୁଶନ କଭର୍ ଲଗାନ୍ତୁ ନାହିଁ । ଏହା ପରିବର୍ତ୍ତେ ସୂତା କିମ୍ବା ଖଦୀର କୁଶନ କଭର୍ ବ୍ୟବହାର କରନ୍ତୁ ।
➡️ ଓଜନିଆ କାର୍ପେଟ ଉଠାଇ ଏହା ଜାଗାରେ ସୂତା କିମ୍ବା ଖଦୀର ସତରଞ୍ଜି ପକାଇ ପାରିବେ ।
➡️ ଏସି କିମ୍ବା କୁଲର ପ୍ରତି ଆଲର୍ଜି ଥିବା ଲୋକମାନେ ଘରେ ବେଣା ଚେରରେ ତିଆରି ହୋଇଥିବା ପରଦା ଟାଙ୍ଗି ପାରିବେ ।
ଖରାଦିନର ପୋଷାକ
➡️ ଖରାଦିନେ ଯେତେ ଅଧିକ ସମ୍ଭବ ସୂତା ପୋଷାକ ପିନ୍ଧିବାକୁ ଚେଷ୍ଟା କରନ୍ତୁ ।
➡️ ସିଲ୍କ, ଟେରିକଟ୍, ସିଫନ୍ ଆଦି ପିନ୍ଧି ଖରାରେ ବୁଲନ୍ତୁ ନାହିଁ । ତ୍ୱଚା ଉପରେ କୁପ୍ରଭାବ ପକାଇପାରେ ।
➡️ ହାତକଟା କିମ୍ବା ଶରୀରର କିଛି ଅଂଶ ଦେଖା ଯାଉଥିବା ପୋଷାକ ପିନ୍ଧିବା ବଦଳରେ ଶରୀରକୁ ଆବୃତ୍ତ କରି ରଖୁଥିବା ପୋଷାକ ପିନ୍ଧି ବାହାରକୁ ଯାଆନ୍ତୁ
➡️ ଦିନ ବେଳା କଳା ଏବଂ ଅତ୍ୟଧିକ ଗାଢ ରଂଗର ପୋଷାକ ପିନ୍ଧି ବୁଲନ୍ତୁ ନାହିଁ ।
➡️ ଖରାଦିନେ ଯେତେ ଅଧିକ ସମ୍ଭବ ଢିଲା ପୋଷାକ ପିନ୍ଧନ୍ତୁ । ଚିପା ପୋଷାକ ଶରୀରରେ ବିଭିନ୍ନ ପ୍ରକାରର ଆଲର୍ଜି ସୃଷ୍ଟି କରିବାର ଆଶଙ୍କା ଅଛି ।