ଅଗ୍ନି ପ୍ରାଇମ୍ ମିସାଇଲର ସଫଳ ପରୀକ୍ଷଣ
ବାଲେଶ୍ୱର: ପ୍ରତିରକ୍ଷା କ୍ଷେତ୍ରରେ ସଶକ୍ତ ହେଉଛି ଭାରତ । ସଫଳତାର ସହ ଅଗ୍ନି ପ୍ରାଇମ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କରିଛି ଭାରତ । ଭଦ୍ରକ ଧାମରାର ଅବଦୁଲ କଲାମ ଦ୍ବୀପରୁ ଭାରତ ଆଣବିକ କ୍ଷମତାସମ୍ପନ୍ନ ଅଗ୍ନି ପ୍ରାଇମ୍ର ପରୀକ୍ଷା । ବୁଧବାର ସନ୍ଧ୍ୟା ୬ଟା ୫୦ରେ ପୁଣି ହେଲା ରାତ୍ରୀକାଳୀନ ପରୀକ୍ଷଣ। ସଫଳତାର ସହ ଟାର୍ଗେଟକୁ ଧ୍ବଂସ କଲା ଅଗ୍ନି ପ୍ରାଇମ୍। ଅଗ୍ନି ପ୍ରାଇମ୍ର ଯୁଦ୍ଧାସ୍ତ୍ର ବହନ କ୍ଷମତା ୩୦ କ୍ବିଣ୍ଟାଲ। ମଧ୍ୟମ ଦୂରଗାମୀ ବାଲିଷ୍ଟିକ ମିସାଇଲ ଅଗ୍ନି ପ୍ରାଇମ୍।
ଅଗ୍ନି ପ୍ରାଇମ୍ ମିଶାଇଲ୍ ଅଗ୍ନି ସିରିଜର ଏକ ଆଧୁନିକ ମିସାଇଲ୍ ଅଟେ । ଜାତୀୟ ଗଣମାଧ୍ୟମ ସୂଚନା ଅନୁସାରେ ଏହା ୧୦୦୦ରୁ ୨୦୦୦ କିଲୋମିଟର ମଧ୍ୟରେ ଆକ୍ରମଣ କରିପାରିବ । ଏହି ପରୀକ୍ଷଣ ସମୟରେ ପରମାଣୁ ସକ୍ଷମ ରଣନୀତିକ କ୍ଷେପଣାସ୍ତ୍ର ଅଗ୍ନି ପ୍ରାଇମରେ ଅନେକ ନୂଆ ବୈଶିଷ୍ଟ୍ୟ ଯୋଗ କରାଯାଇଛି। ଏହି କ୍ଷେପଣାସ୍ତ୍ରର ଲକ୍ଷ୍ୟଭେଦ ଦୂରତା ୧ ହଜାର କିମିରୁ ୨ ହଜାର କିମି ମଧ୍ୟରେ ସୀମିତ ବୋଲି ଜଣାଯାଇଛି। ଭୂପୃଷ୍ଠରୁ ଭୂପୃଷ୍ଠକୁ ନିକ୍ଷେପ କରାଯିବାକୁ ଥିବା ଏହି କ୍ଷେପଣାସ୍ତ୍ରର ୧ ହଜାର କିଲୋ ପାରମ୍ପରିକ ଯୁଦ୍ଧାସ୍ତ୍ର ବହନ କରିବା ସହ ଆଣବିକ ଯୁଦ୍ଧାସ୍ତ୍ର ବହନ କରିବାର କ୍ଷମତା ରହିଛି। ଅଗ୍ନି ପ୍ରାଇମ କ୍ଷେପଣାସ୍ତ୍ରର ଓଜନ ୬ ଟନ, ଲମ୍ବ ୧୫ ମିଟର ଓ ମୋଟେଇ ୧ ମିଟର। ଏହି କ୍ଷେପଣାସ୍ତ୍ରକୁ ବହନ କରୁଥିବା ଇଞ୍ଜିନ ୨ ପର୍ଯ୍ୟାୟ ବିଶିଷ୍ଟ ହୋଇଥିବାବେଳେ ଏହା କଠିନ ଇନ୍ଧନ ଦ୍ୱାରା ଚାଳିତ। ଏହାର ବେଗ ସେକେଣ୍ଡ ପ୍ରତି ୨.୫ କିମି।
୪ ହଜାର କିଲୋମିଟର ଦୂର ଯାଇପାରୁଥିବା ଅଗ୍ନି-୪ ଓ ୫ ହଜାର କିଲୋମିଟର ଦୂର ଯାଇପାରୁଥିବା ଅଗ୍ନି-୫ର ପ୍ରଯୁକ୍ତି ସହ ଏହାର କାରିଗରୀ ରହିଛି । ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଯୁଦ୍ଧ ଜାହଜ ଗୁଡ଼ିକୁ ଅଗ୍ନି-ପି ଜରିଆରେ ଟାର୍ଗେଟ କରାଯାଇପାରିବ ।