ମସଲା ବାଦାମ
ସାମଗ୍ରୀ: ବାଦାମ- ୧୫୦ ଗ୍ରାମ୍, ବେସନ- ୩ ଚାମଚ, ଚାଉଳ ଗୁଣ୍ଡ କିମ୍ବା ଅଟା- ୧ଚାମଚ, ଅଦା ରସୁଣ ପେଷ୍ଟ- ୧ଚାମଚ, ଲଙ୍କା ଗୁଣ୍ଡ୧ଚାମଚ, ଗୋଲମରିଚ ଗୁଣ୍ଡ- ୧ ଚାମଚ, ଚାଟ୍ ମସଲା- ୧/୨ ଚାମଚ, ଲୁଣ ଏବଂ ତେଲ (ଆବଶ୍ୟକ ଅନୁସାରେ) ।
ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ବାଦାମକୁ ଭଲଭାବେ ଧୋଇ ଦିଅନ୍ତୁ । ପରେ ଏକ ପାତ୍ରରେ ବାଦାମ, ଅଦା ରସୁଣ ପେଷ୍ଟ୍, ଲଙ୍କା ଗୁଣ୍ଡ, ଅଟା କିମ୍ବା ଚାଉଳ ଗୁଣ୍ଡ, ଗୋଲମରିଚ ଗୁଣ୍ଡ, ଲୁଣ, ଚାଟ୍ ମସଲା ଏବଂ ସାମାନ୍ୟ ପାଣି ଦେଇ ଭଲଭାବେ ଗୋଳାନ୍ତୁ । ଏବେ ଏହି ମିଶ୍ରଣକୁ ୧୦ ମିନିଟ୍ ପାଇଁ ଘୋଡାଇ ରଖିଦିଅନ୍ତୁ । ପରେ ଏହି ମିଶ୍ରଣରେ ବେସନ ମିଶାଇ ଆଉ ଥରେ ଗୋଳାନ୍ତୁ । କଡ଼େଇରେ ତେଲ ଗରମ କରି ବାଦାମ ମିଶ୍ରଣରୁ ଅଳ୍ପ ଅଳ୍ପ କରି ସେଥିରେ ପକାଇ ଛାଣନ୍ତୁ । ଭଲଭାବେ ଲାଲ୍ ହେବା ପରେ ତାକୁ ପ୍ଲେଟ୍କୁ କାଢ଼ିଦିଅନ୍ତୁ । ସସ୍ ସହ ବର୍ଷାର ମଜାକୁ ମସଲା ବାଦାମ ସହ ଉଠାନ୍ତୁ ।