ଶ୍ରୀଲଙ୍କା ବିପକ୍ଷରେ ଶତକ ହାସଲ କଲେ ଶୁବମନ ଗିଲ
![](https://thetruths.in/wp-content/uploads/2023/01/Shubman-Gill.jpg)
ଥିରୁଅନନ୍ତପୁରମ : ଭାରତ-ଶ୍ରୀଲଙ୍କା ତୃତୀୟ ତଥା ଅନ୍ତିମ ଦିନିକିଆ କେରଳର ତିରୁଭନନ୍ତପୁରମସ୍ଥିତ ଗ୍ରୀନଫିଲ୍ଡ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଜାରି ରହିଛି। ଭାରତ ଷ୍ଟାର ଯୁବ କ୍ରିକେଟର ଶୁବମନ ଗିଲ ଧୂଆଁଧାର ବ୍ୟାଟିଂ କରି ଶ୍ରୀଲଙ୍କା ବିପକ୍ଷରେ ଶତକ ହାସଲ କରିଛନ୍ତି।
ଗିଲ୍ ୮୯ଟି ବଲ୍ ଖେଳି ଶତକ ହାସଲ କରିଛନ୍ତି। ସେ ଏହି ଶତକରେ ୧୧ ଚୌକା ଓ ୨ ଛକା ସାମିଲ କରିଛନ୍ତି। ଦିନିକିଆ ଅନ୍ତର୍ଜାତୀୟ ମ୍ୟାଚରେ ଏହା ଶୁବମନଙ୍କ ୨ୟ ଶତକ। ଏହା ପୂର୍ବରୁ ଗିଲ ଜିମ୍ବାୱେ ବିପକ୍ଷରେ ଗତବର୍ଷ ଅଗଷ୍ଟ ୨୨ ତାରିଖରେ ପ୍ରଥମ ଦିନିକିଆ ଶତକ ହାସଲ କରିଥିଲେ।