ମା’ଶାରଳାଙ୍କ ପୀଠରେ ଲାଗୁ ହେଲା ୧୪୪ ଧାରା
![](https://thetruths.in/wp-content/uploads/2021/10/Maa-Sarala-Temple.jpg)
ଜଗତସିଂହପୁର : ଜଗତସିଂହପୁର ଜିଲା ଝଙ୍କଡ଼ ସ୍ଥିତ ମା’ ଶାରଳାଙ୍କ ପୀଠରେ ପାଳିତ ହେଉଛି ମହାଷ୍ଟମୀ । ଆଜି ମା’ ଶାରଳା ମହିଷା ମର୍ଦ୍ଦିନୀ ବେଶରେ ସୁସଜିତ ହେବା ସହ ମାଙ୍କ ନିକଟରେ ୧୦୮ ପଣା ହାଣ୍ଡି ବଳି ପ୍ରଦାନ କରାଯିବ । ତେବେ ଆଜି ମନ୍ଦିରରେ ଭିଡକୁ ଦୃଷ୍ଟିରେ ରଖି କରୋନା ସଂକ୍ରମଣ ବ୍ୟାପିବା ଆଶଙ୍କାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି ଠାରୁ ତିନି ଦିନ ପର୍ଯ୍ୟନ୍ତ ମାଙ୍କ ପୀଠରେ ୧୪୪ ଧାରା ଜାରି କରାଯାଇଛି । ଏହା ଆସନ୍ତା ୧୪ ତାରିଖ ଯାଏଁ ଲାଗୁ ରହିବ ବୋଲି ଉପ ଜିଲ୍ଲାପାଳ ଧର୍ମେନ୍ଦ୍ର ମଲ୍ଲିକ ସୂଚନା ଦେଇଛନ୍ତି।
ସୂଚନା ଯେ, ଏଠାରେ ମୂଳାଷ୍ଟମୀ ଠାରୁ ମହାଷ୍ଟମୀ ଯାଏଁ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କର ସମାଗମ ହୋଇଥାଏ। ଏହାକୁ ଆଖିରେ ରଖି ଏଭଳି ପଦକ୍ଷେପ ନିଆଯାଇଥିବା କୁହାଯାଇଛି। କରୋନା ମହାମାରୀ ସମୟରେ ଶାରଳାଙ୍କ ମନ୍ଦିରକୁ ନ ଆସିବା ପାଇଁ ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି ।