୫ ବାଇକ୍କୁ ପିଟି ହୋଟେଲରେ ପଶିଲା ସ୍କର୍ପିଓ : ୨ ମୃତ, ୩ ଗୁରୁତର
![](https://thetruths.in/wp-content/uploads/2022/04/Road-Accident-3-1024x569.jpg)
ବୌଦ୍ଧ : ବୌଦ୍ଧ ଜିଲା ଅନ୍ତର୍ଗତ ବହିରା ଛକରେ ମର୍ମନ୍ତୁଦ ଦୁର୍ଘଟଣା । ୫ ବାଇକ୍କୁ ପିଟି ସିରିଜ୍ ଦୁର୍ଘଟଣା ଘଟାଇଲା ସ୍କର୍ପିଓ । ଫଳରେ ଘଟଣାସ୍ଥଳରେ ୨ ଜଣଙ୍କ ମୃତ୍ୟୁ ହେବା ସହ ୩ ଗୁରୁତର ହୋଇଛନ୍ତି ।
ସୂଚନା ଯେ, ସ୍କର୍ପିଓଟି ବଲାଙ୍ଗୀରରୁ ଭୁବନେଶ୍ୱର ଯାଉଥିବା ବେଳେ ଦୁର୍ଘଟଣା ଘଟାଇଥିଲା । ୫ ବାଇକ୍ ସହ ଦୁର୍ଘଟଣା ଘଟାଇ ଏକ ହୋଟେଲକୁ ପଶିଯାଇଥିଲା ଗାଡ଼ି । ମୃତ ବାଇକ୍ ଆରୋହୀ ହେଉଛନ୍ତି ଆଇଁଲାପଳି ପିଇଓ ଗୋବିନ୍ଦ ସାହୁ । ଶ୍ରୀ ସାହୁ ପତାକା ଉତ୍ତୋଳନ କରିବାକୁ ନିଜ ପଞ୍ଚାୟତ ଅଭିମୁଖେ ଯାଉଥିବା ବେଳେ ଦୁର୍ଘଟଣା ଘଟିଥିଲା । ସେହିଭଳି ଅନ୍ୟ ଜଣେ ହୋଟେଲରେ ଛିଡା ହୋଇଥିବା ମାଡିଯାଇଥିଲା ଗାଡି । ଫଳରେ ସେହି ସ୍ଥାନରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା । ସେପଟେ ଏମିତି ଘଟଣା ପରେ ଲୋକେ ଟାୟାର ଜାଳି ୫୭ ନଂ ଜାତୀୟ ରାଜପଥ ଇବରୋଧ କରିଛନ୍ତି ।