କନ୍ୟାଯାତ୍ରୀଙ୍କ ଉପରେ ମାଡ଼ିଗଲା ସ୍କର୍ପିଓ : ୩ ମୃତ, ୧୨ ଆହତ
![](https://thetruths.in/wp-content/uploads/2023/02/Scorpio-Accident-1024x480.jpg)
ବ୍ରହ୍ମପୁର : ବ୍ରହ୍ମପୁର ଗୋପାଳପୁର ଉପକଣ୍ଠ ମାଣ୍ଡିଆପଲ୍ଲୀ ଗାଁରେ ମର୍ମନ୍ତୁଦ ଦୁର୍ଘଟଣା। ଏକ ବାହାଘର ଚାଲିଥିବା ବେଳେ ଏହି ଦୁର୍ଘଟଣା ଘଟିଛି। ବରଯାତ୍ରୀଙ୍କୁ ସ୍ବାଗତ ପାଇଁ ଅପେକ୍ଷା କରିଥିବାବେଳେ ଦୁର୍ଘଟଣା ଘଟିଥିଲା । କନ୍ୟାଯାତ୍ରୀଙ୍କ ଉପରେ ଏକ ସ୍କର୍ପିଓ ମାଡିଯିବାରୁ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୨ ଜଣ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ୨ ଜଣ ମହିଳା ଓ ଜଣେ ନାବାଳିକା ଥିବା ଜଣାପଡିଛି। ଆହତଙ୍କୁ ଏମକେସିଜି ମେଡିକାଲ କଲେଜ ଓ ହସପିଟାଲରେ ଭର୍ତ୍ତି କରାଯାଇଛି । ମୃତାହତମାନଙ୍କ ମଧ୍ୟରୁ ଜଣେ ଲାଞ୍ଜିପଲ୍ଲୀର ଏବଂ ଅନ୍ୟ ଦୁଇ ଜଣ ଛତ୍ରପୁର ଓ ମଣ୍ଡିଆପଲିର ବୋଲି ଜଣାପଡିଛି।
ମାଣ୍ଡିଆପଲ୍ଲୀ ଗାଁ ନିକଟରେ ଏକ ତେଲୁଗୁ ବାହାଘର ରୀତି ଅନୁସାରେ କନ୍ୟାଯାତ୍ରୀଙ୍କ ବାଟବରଣ ବେଳେ ଏହି ଦୁର୍ଘଟଣା ଘଟିଛି। କନ୍ୟାଯତ୍ରୀଙ୍କୁ ବାଟବରଣ କରିବା ପାଇଁ ଲୋକ ରୁଣ୍ଡ ହୋଇଥିବା ବେଳେ ଏକ ସ୍କର୍ପିଓ ଆସି ଲୋକଙ୍କ ଉପରେ ମାଡ଼ି ଯାଇଥିଲା। ସ୍ପର୍ପିଓ ଚଢ଼ିଯିବା ପରେ ଘଟଣାସ୍ଥଳରେ ୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୨ ଜଣ ଆହତ ହୋଇ ଏବେ ଚିକିତ୍ସାଧୀନ ଅଛନ୍ତି। ମୃତକମାନେ ହେଲେ ଲାଞ୍ଜିପଲ୍ଲୀ ଅଞ୍ଚଳର ସ୍ୱପ୍ନା ରେଡ଼ି(୨୨), ସଞ୍ଜୁ ରେଡ଼ି(୨୩) ,ଭାରତୀ ରେଡ଼ି(ବୟସ ୧୨)। ସମସ୍ତ ଆହତମାନଙ୍କୁ ଏବେ ବ୍ରହ୍ମପୁର ଏମ୍କେସିଜି ହସ୍ପିଟାଲ୍ରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ଏମାନଙ୍କ ମଧ୍ୟରୁ ଦୁଇ ଜଣ ଗୁରୁତର ଥିବା ଜଣାପଡ଼ିଛି ।