ବିରାଟଙ୍କ ବିକଳ୍ପ ନେଇ ଚର୍ଚ୍ଚା ଜୋର, ସାମନାକୁ ଆସିଲା ଏହିସବୁ ନାମ
ନୂଆଦିଲ୍ଲୀ: ତିନି ମାସର ବ୍ୟବଧାନ ପରେ ଟିମ୍ ଇଣ୍ଡିଆକୁ ଆଉ ଏକ ଶକ୍ତ ଝଟକା ଲାଗିଛି। ଟି-୨୦ ନେତୃତ୍ୱ ଛାଡିବାର ଠିକ୍ ଚାରି ମାସ ପୁରିବାର ଗୋଟିଏ ଦିନ ପୂର୍ବରୁ ବିରାଟ କୋହଲି ଟେଷ୍ଟ କ୍ୟାପଟେନସିପରୁ ଇସ୍ତଫା ଦେଇଛନ୍ତି। ଗତବର୍ଷ ସେପ୍ଟେମ୍ବର ୧୬ରେ ବିରାଟ କୋହଲି ଟ୍ୱିଟରରେ ଟି-୨୦ କ୍ୟାପଟେନସିପ ଛାଡିବା ନେଇ ଘୋଷଣା କରିଥିଲେ। ଏବେ ପୁଣି ଟେଷ୍ଟ ନେତୃତ୍ୱରୁ ବିଦାୟ ନେଇ ପୂର୍ବତନ ଅଧିନାୟକ ପାଲଟିଯାଇଛନ୍ତି। ତେବେ ତାଙ୍କ ଖାଲି ସ୍ଥାନ କିଏ ପୂରଣ କରିବ ତାହାକୁ ନେଇ କଳ୍ପନାଜଳ୍ପନା ଚାଲିଛି।
ମୁଣ୍ଡ ଉପରେ ଏକାଧିକ ଟେଷ୍ଟ ସିରିଜ୍ ସାଙ୍ଗକୁ ୨୦୨୩ ବିଶ୍ୱକପ ଅଛି। ଏହି ସମୟରେ ଟିମ ଇଣ୍ତିଆକୁ ବିରାଟ କୋହଲି ଗୋଟିଏ ପରେ ଗୋଟିଏ ଝଟକା ଦେଇଚାଲିଛନ୍ତି। ପ୍ରଥମେ ଟି-୨୦, ତାପରେ ଦିନିକିଆରୁ ବିଦା ହୋଇଥିଲେ ଆଉ ଏବେ ଟେଷ୍ଟ କ୍ୟାପଟେନସିପରୁ ଏହି ୩୩ ବର୍ଷିୟ କ୍ରିକେଟ ତାରକା ବିଦାୟ ନେଇଛନ୍ତି। ପ୍ରାୟ ସାତବର୍ଷ ଧରି ବିରାଟ ଏହି ଟେଷ୍ଟ ଟିମର ନେତୃତ୍ୱ ନେଉଥିଲେ। ତାଙ୍କର କ୍ୟାପଟେନସିପଡରେ ଭାରତ କୌଣସି ଆଇସିସି ଟ୍ରଫି ଜିତି ନାହିଁ ସତ, କିନ୍ତୁ ୬୮ଟି ଗୁରୁତ୍ୱପୂର୍ଣ୍ଣ ଟେଷ୍ଟ ସିରିଜରୁ ୪୦ଟି ଜିତି ଥିବା ବେଳେ ୧୧ଟି ଅମିଂମାସିତ ରହିଛି।
ବିରାଟ କୋହଲିଙ୍କ ଇସ୍ତଫା ପରେ ରାହୁଲ ଡ୍ରାବିଡଙ୍କ ଚିନ୍ତା ବଢିଯାଇଛି। କୌଣସି ପ୍ରକାରେ ସେ ଟିମ ଇଣ୍ଡିଆକୁ ବିରାଟଙ୍କ ବିକଳ୍ପ ଖୋଜିବାକୁ ରୋଡ୍ ମ୍ୟାପ ତିଆରି କରିବେ। ତେବେ ଏହି ତାଲିକାରେ ପ୍ରଥମ ନାମ ରୋହିତ ଶର୍ମାଙ୍କର ଆସୁଛି। ସବୁ ଯାଦି ଠିକଠାକ୍ ଚାଲେ ତେବେ ଦକ୍ଷିଣ ଆଫ୍ରିକା ଟୁରରେ ଉପ ଅଧିନାୟକ ଥିବା ରୋହିତ, ଟିମ ଇଣ୍ଡିଆର ପରବବର୍ତ୍ତୀ ଟେଷ୍ଟ କ୍ୟାପଟେନ ହୋଇପାରନ୍ତି। ଆଉ କେଏଲ୍ ରାହୁଲ ଉପ ଅଧିନାୟକ ହେବାର ସମ୍ଭାବନା ଅଛି। ଶ୍ରୀଲଙ୍କା ବିପକ୍ଷରେ ରୋହିତଙ୍କ ନେତୃତ୍ୱରେ ଟିମ ଇଣ୍ଡିଆ ପ୍ରଥମ ଟେଷ୍ଟ ସିରିଜ ଥେଳିବାରୁ ସମ୍ଭାବନା ରହିଛି।
ଅନ୍ୟପଟେ ପୂର୍ବତନ କ୍ରିକେଟର ସୁନିଲ ଗାଭାସ୍କର, ବିରାଟଙ୍କ ବିକଳ୍ପ ଭାବେ ଋଷଭ ପନ୍ତଙ୍କୁ ବିବେଚନ କରୁଛନ୍ତି। ଏକ ଗଣମାଧ୍ୟମ ସାକ୍ଷାତକାରରେ ସେ କହିଛନ୍ତି ଯେ, ୱିକେଟ କିପର ଋଷଭ ପନ୍ତଙ୍କ ଠାରେ ନେତୃତ୍ୱ ନେବାର ସମସ୍ତ ଗୁଣ ଅଛି। ରୋହିତ ଶର୍ମାଙ୍କ ଠାରେ ସ୍ୱାସ୍ଥ୍ୟଗତ ସମସ୍ୟା ଥିବାରୁ ସେ ଏଥିପାଇଁ ଫିଟ୍ ହେବେ ନାହିଁ। ତେଣୁ ପନ୍ତଙ୍କ ଅଟୋମେଟିକ୍ ଟେଷ୍ଟ କ୍ୟାପେଟସିପ୍ ମିଳିବା ଉଚିତ୍। ତାଙ୍କର ବ୍ୟାଟିଂ ଲାଇନ ଭଲ ରହିଛି, ଯହା ଟିମକୁ ଅଧିକ ସ୍କୋର କରିବାରେ ସହାୟକ ହେବ। ରୋହିତଙ୍କୁ ମୁମ୍ବାଇ ଇଣ୍ଡିଆନର ଅଧିନାୟକ କରାଯାଇଥିଲା, ଆଉ ତାଙ୍କର ବ୍ୟାଟିଂ ଲାଇନ ବିଷୟରେ ଆପଣମାନେ ଜାଣନ୍ତି ବୋଲି ଗାଭାସ୍କର କହିଛନ୍ତି।