ବାଇକରେ ଆସି ୧୨ ଲକ୍ଷ ଟଙ୍କା ଭର୍ତ୍ତି ବ୍ୟାଗ ଝାମ୍ପି ନେଲେ ଲୁଟେରା
ଭଦ୍ରକ : ଭଦ୍ରକ ସହରରେ ଲୁଟ । ବ୍ୟାଙ୍କ ସମ୍ମୁଖରୁ ୧୨ ଲକ୍ଷ ଟଙ୍କା ଭର୍ତ୍ତି ବ୍ୟାଗ ଝାମ୍ପି ନେଲେ ଲୁଟେରା । ବ୍ୟାଙ୍କରୁ ଟଙ୍କା ଉଠାଇ ଆସୁଥିବା ବେଳେ ଲୁଟି ନେଲେ ଲୁଟେରା । ଭଦ୍ରକ ସହରର ଟାଉନ ଥାନା ଅଧିନ ଅପର୍ତ୍ତିବିନ୍ଧା ଛକ ନିକଟ ଷ୍ଟେଟ ବ୍ୟାଙ୍କ ନିକଟରୁ ଲୁଟ ହୋଇଛି । ବାଇକରେ ଦୁଇ ଲୁଟେରା ଆସି ଟଙ୍କା ବ୍ୟାଗ ଝାମ୍ପି ନେଲେ ଲୁଟେରା ।
ସୂଚନା ଯେ, ଆଗରପଡା ଅଞ୍ଚଳ ର ଶିକ୍ଷକ ଅଶୋକ କୁମାର ଖିଲାର ଜମି କିଣିବା ନିମନ୍ତେ ଷ୍ଟେଟ ବ୍ୟାଙ୍କରୁ ଟଙ୍କା ଉଠାଇଥିଲେ । ଟଙ୍କା ଉଠାଇ ଠିଆ ହୋଇଥିବା ବେଳେ ବାଇକରେ ଦୁଇ ଲୁଟେରା ଆସି ଟଙ୍କା ଭର୍ତ୍ତି ବ୍ୟାଗ ଝାମ୍ପି ନେଇ ପଳାଇଥିଲେ । ସ୍ଥାନୀୟ ଲୋକେ ପିଛା କରିବା ସତ୍ତ୍ୱେ ଲୁଟେରା ଖସି ଯିବାରେ ହୋଇଛି ସଫଳ । ପୋଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି ।