ଧୀରେ ଧୀରେ ସୁସ୍ଥ ହେଉଛନ୍ତି ପନ୍ତ : ବିନା ସହାୟତାରେ ପାହାଚ ଚଢ଼ିବା ନେଇ ପୋଷ୍ଟ କଲେ ଭିଡିଓ
![](https://thetruths.in/wp-content/uploads/2023/06/Rishabh-Pant.webp)
ନୂଆଦିଲ୍ଲୀ : ଭାରତର ଷ୍ଟାର କ୍ରିକେଟର ତଥା ଓ୍ୱିକେଟ୍ କିପର ଋିଷଭ ପନ୍ତ ଧୀରେ ଧୀରେ ସୁସ୍ଥ ହେଉଛନ୍ତି । ନିଜର ସୁସ୍ଥତା ନେଇ ଅନେକ ସମୟରେ ସୋସିଆଲ୍ ମିଡିଆରେ ପୋଷ୍ଟ ସେୟାର କରନ୍ତି । ଏମିତିକି ଭିଡିଓ ବି ସେୟାର କରନ୍ତି । ଏବେ ପୁଣିଥରେ ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରିଛନ୍ତି ପନ୍ଥ । ଯେଉଁଥିରେ ଦେଖିବାକୁ ମିଳିଛି ପନ୍ଥ ବିନା ସହାୟତାରେ ପାହାଚ ଚଢୁଛନ୍ତି । ପୂର୍ବରୁ ସେ ସିଡିର ବାଢା କିନ୍ତା ଆଶା ବାଡୀ ସହାୟତାରେ ଉପରକୁ ଚଢୁଥିଲେ । ହେଲେ ଏବେ କିନ୍ତୁ ସେ ବିନା ସହାୟତାରେ ସିଡି ଚଢିଛନ୍ତି । ଏହି ଭିଡିଓ ଦେଖିବା ପରେ ପନ୍ସଙ୍କ ପ୍ରଶଂସକଙ୍କ ମହଲରେ ଖେଳିଯାଇଛି ଖୁସିର ଲହରୀ ।
Rishabh Pant on a recovery mode… And you can recover from the pandemic blues with TEMU app! Use my invitation code <177944134> and get up to $20 in cash rewards. It's like hitting a six, but better. Download TEMU now! #pant #TEMUapppic.twitter.com/PNbJZ5b1rl
— B|GILES🍛🔝 (@BGILES294180) June 14, 2023
ସୂଚନା ଯେ, ଗତ ଡିସେମ୍ୱର ମାସରେ ଦୁର୍ଘଟଣାର ଶିକାର ହୋଇଥିଲେ ପନ୍ତ । ଦୁର୍ଘଟଣାର ଭୟାବହ ଥିଲା ଯେ, ତାଙ୍କର ଗୋଡରେ ଗଭୀର ଆଘାତ ଲାଗିଥିଲା । ତାଙ୍କର ଅସ୍ତ୍ରୋପଚାର ବି ହୋଇଥିଲା । ଏହା ପରଠୁ ସେ ଧୀରେ ଧୀରେ ସୁସ୍ଥ ହେଉଛନ୍ତି । ଚାଲିବାକୁ ସେ ଅହରହ ଉଦ୍ୟମ କରୁଥିଲେ । ଆଶାବାଡି ଧରି ଚାଲୁଥିୁଲେ । ଏମିତିକି ସୁଇମିଂ ପୁଲ୍ରେ ସେ ଚାଲୁଥିବାର ଭିଡିଓ ବି ସେୟାର କରିଥିଲେ ।