ସମ୍ପର୍କ ସାହିତ୍ୟ ସଂସ୍କୃତି ସଂସଦର କବିତା ଆସର
କଟକ : ସାରସ୍ୱତ ଅନୁଷ୍ଠାନ ସମ୍ପର୍କ ସାହିତ୍ୟ ସଂସ୍କୃତି ସଂସଦର କବିତା ଆସର ଓ ଆଲୋଚନା ଚକ୍ର ଗୋପବନ୍ଧୁ ନଗରସ୍ଥିତ ତୁଳସୀ ପ୍ୟାଲେସ୍ଠାରେ ଅନୁଷ୍ଠିତ ହୋଇଯାଇଛି । ସଭାପତି ତଥା ବରିଷ୍ଠ ସାମ୍ବାଦିକ କୈଳାସ ଚନ୍ଦ୍ର ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆସରରେ ମୁଖ୍ୟ ଅତିଥି ଭାବେ ଶ୍ରୀଦୁର୍ଗା ସାହିତ୍ୟ ସଂସଦର ପ୍ରତିଷ୍ଠାତା ସଭାପତି ପଣ୍ଡିତ ଚୈତନ୍ୟ କୁମାର ସାହୁ ଯୋଗଦେଇ ଏହାକୁ ଉଦଘାଟନ କରିଥିଲେ । ମୁଖ୍ୟବକ୍ତା ଭାବେ ଆଦର୍ଶ ପ୍ରତିଭା ବିକାଶ ପରିଷଦର ସଭାପତି ପଣ୍ଡିତ ଅଭୟ କୁମାର ଦାଶ, ସମ୍ମାନିତ ଅତିଥି ରୂପେ କଳିଙ୍ଗ ରତ୍ନ ବ୍ରହ୍ମାନନ୍ଦ ମହାନ୍ତି, ବରେଣ୍ୟ ଅତିଥି ଶ୍ରାବଣୀ ସାହିତ୍ୟ ସାହିତ୍ୟ ସଂସଦର ସଭାପତି କବି ଉଦୟ କେଶରୀ ବର୍ମା ଯୋଗଦେଇ କବି ଓ ସାହିତ୍ୟିକମାନେ ସମାଜକୁ ସୁସଂଗଠିତ ଭାବେ ପରିଚାଳନା ପାଇଁ ମାର୍ଗଦର୍ଶନ କରିଥାନ୍ତି ବୋଲି କହିଥିଲେ । କବି ମନୋରଂଜନ ପଣ୍ଡାଙ୍କ ସଂଯୋଜନାରେ ଅକ୍ଷୟ କୁମାର ବଳ, ସୁରେନ୍ଦ୍ର ଜେନା, ବ୍ରଜବନ୍ଧୁ ପୃଷ୍ଟି, ଶୁନି ଦାଶ, କ୍ଷୀରୋଦ ଜେନା, ଛବିରାମ ସେଠୀ, ପ୍ରଭାକର ଦାସ, ନିରୁପମା ସାହୁ, ସଂଯୁକ୍ତା ଦାଶ, ସୁରେନ୍ଦ୍ର ମହାପାତ୍ର, ସୁଶିଳ ରାଉତ, ଉତ୍ତମ ପ୍ରଧାନ, ବସନ୍ତ ସାହୁ, ହରେକୃଷ୍ଣ ଦଳେଇ, ସଚିଦାନନ୍ଦ କର, ପ୍ରଭାତିରାଣୀ ମହାନ୍ତି, ରତନ କୁମାର୍ ମହାନ୍ତି, ଆଦିତ୍ୟ ରଂଜନ ଦାଶ ପ୍ରମୁଖ ସ୍ୱରଚିତ କବିତା ପାଠ କରିଥିଲେ । କବି ମହେନ୍ଦ୍ର କୁମାର ସାହୁ ସ୍ୱାଗତ ଭାଷଣ ପ୍ରଦାନ କରିଥଲା ବେଳେ ଅଶ୍ୱିନୀ କୁମାର ସେଠୀ ଧନ୍ୟବାଦ ଦେଇଥିଲେ ।