ଆମ ରୋଷେଇ – ‘ପ୍ରନ୍ ଡାଲ୍’
ସାମଗ୍ରୀ : ଭଜା ମୁଗଡାଲି- ୨୦୦ଗ୍ରାମ, ଚିଙ୍ଗୁଡ଼ି- ୨୫୦ଗ୍ରାମ, ଆଳୁ- ୨ଟା, ଟମାଟୋ- ୨ଟା, ଗରମ ମସଲା, ତେଜପତ୍ର, ଗୋଲମରିଚ ଗୁଣ୍ଡ- ଅଧାଚାମଚ, ଲଙ୍କାଗୁଣ୍ଡ- ଅଧଚାମଚ, ହଳଦୀ- ଅଧାଚାମଚ, ଧନିଆପତ୍ର ।
ପ୍ରସ୍ତୁତି : ଚିଙ୍ଗୁଡ଼ିକୁ ଲୁଣ, ହଳଦୀ ଦେଇ ଭାଜି ରଖନ୍ତୁ । ଆଳୁକୁ କିଉବ୍ ସାଇଜର କାଟି ଭାଜି ରଖ । ମୁଗଡାଲିକୁ ଭାଜି ଲୁଣ ହଳଦୀ ଦେଇ ସିଝାଇ ରଖ । କରେଇରେ ତେଲ ଦେଇ, ପିଆଜ, ଅଦା, ରସୁଣର ବଟା, ହଳଦୀ, ଟମାଟୋର କଟା ପକାଇ କଷ । କଷିହେଲା ପରେ ଲଙ୍କାଗୁଣ୍ଡ ପକାଅ । ମସଲା କଷିହେଲା ପରେ ଭଜାଆଳୁ ଓ ଚିଙ୍ଗୁଡ଼ିକୁ ପକାଅ । ଏଥର ସିଝାଡାଲିକୁ ପକାଇ ଭଲରେ ଗୋଳାଇ, ସେଥିରେ ଧନିଆପତ୍ର କଟା ପକାଇ ଓହ୍ଲାଇଦିଅ ।