ଆମ ରୋଷେଇ- ”କଂଚାଗୋଲା”
ସାମଗ୍ରୀ: ଛେନା ୨ କପ୍, ଚିନିଗୁଣ୍ଡ ଅଧକପ୍, କଣ୍ଡେନ୍ସଡ୍ ମିଲ୍କ ୧ ଟେବଲ୍ ଚାମଚ, ଅମୁଲ ବା ଅନ୍ୟ ଗୁଣ୍ଡକ୍ଷୀର ୧ ଟେବଲ୍ ଚାମଚ ।
ପ୍ରସ୍ତୁତି: ଛେନା, ଚିନିଗୁଣ୍ଡ, କଣ୍ଡେନ୍ସଡ୍ ମିଲ୍କ ଏକାଠି ଭଲ କରି ଚକଟି ଦିଅନ୍ତୁ । ହାଲୁକା ଆଞ୍ଚରେ ଏହି ଛେନା ଚକଟା ପାଗ କରନ୍ତୁ । ଟିକେ ଅଠାଳିଆ ଓ ଶୁଖାଶୁଖା ହୋଇଆସିଲେ ଆଞ୍ଚ ବନ୍ଦ କରନ୍ତୁ । ସାମାନ୍ୟ ଥଣ୍ଡା ହୋଇଆସିଲା ବେଳକୁ ହାତରେ ଗୋଲ ଗୋଲ କରି ଗଢ଼ି ଉପରେ ଗୁଣ୍ଡ କ୍ଷୀର ଛିଞ୍ଚନ୍ତୁ । ଅଳ୍ପ ସମୟ ପାଇଁ ଫ୍ରିଜ୍ରେ ରଖି ପରିବେଷଣ କରନ୍ତୁ ।