ଆମ ରୋଷେଇ- “ଅଣ୍ଡା କୋରମା”
ସାମଗ୍ରୀ :
ସିଝା ଅଣ୍ଡା – ୪ ଟି
ତେଲ – ୧+୨ ଟେବୁଲ ଚାମଚ
କଟା ପିଆଜ – ୧ କପ
କଟା ବିଲାତି – ୧ କପ
କଞ୍ଚା ଲଙ୍କା – ୩ ଟି
ନଡ଼ିଆ ପେଷ୍ଟ – ୨ ଟେବୁଲ ଚାମଚ
ବାଦାମ(Almond) ପେଷ୍ଟ – ୧ ଚା’ଚାମଚ
କାଜୁ ପେଷ୍ଟ – ୧ ଚା’ଚାମଚ
ଲାଲ ଲଙ୍କା ଗୁଣ୍ଡ – ୧/୨ ଚା’ ଚାମଚ
ହଳଦୀ ଗୁଣ୍ଡ – ୧/୨ ଚା’ ଚାମଚ
ଅଦା-ରସୁଣ ପେଷ୍ଟ – ୧ ଚା’ଚାମଚ
ଭଜା ଧନିଆ ଗୁଣ୍ଡ – ୧ ଚା’ ଚାମଚ
ଗୋଲ ମରିଚ ଗୁଣ୍ଡ – ୧/୨ ଚା’ଚାମଚ
ଗରମ ମସଲା – ୧/୨ ଚା’ ଚାମଚ
କଟା ଧନିଆ ପତ୍ର – ୨ ଟେବୁଲ ଚାମଚ
ଲୁଣ – ସ୍ୱାଦ ଅନୁସାରେ
ପ୍ରଣାଳୀ –
ପ୍ୟାନରେ ତେଲକୁ ଗରମ କରି ଅଣ୍ଡା କୁ ଭାଜି କାଢି ରଖନ୍ତୁ ।
ପ୍ୟାନରେ ତେଲ ଗରମ କଞ୍ଚା ଲଙ୍କା କୁ ଭାଜନ୍ତୁ ।
ଏବେ ପିଆଜ ପକାଇ ସୁନେଲି ରଙ୍ଗ ଆସିବା ଯାଏ ଭାଜନ୍ତୁ ।
ଅଦା ରସୁଣ ପେଷ୍ଟ ପକାଇ ୧ ମିନିଟ ପାଇଁ ଭାଜନ୍ତୁ ।
ପରେ କଟା ବିଲାତି ପକାଇ ନରମ ହେବ ଯାଏ ରାନ୍ଧନ୍ତୁ ।
ବିଲାତି ନରମ ହେଲେ ହଳଦୀ, ଲଙ୍କା ଗୁଣ୍ଡ ଓ ଲୁଣ ପକାନ୍ତୁ । ଏହାକୁ ୫ ମିନିଟ ରାନ୍ଧନ୍ତୁ ।
ପରେ କାଜୁ, ନଡ଼ିଆ ଓ ବାଦାମ ପେଷ୍ଟ ପକାଇ ଭଲଭାବରେ ମିଶାନ୍ତୁ । ଏହାକୁ ହାରାହାରି ୫ ମିନିଟ ପାଇଁ କଶନ୍ତୁ ଯେତେ ଯାଏ ତେଲ ମସଲା ଉପରେ ନଦେଖାଯାଇଛି ।
ଏବେ ଏଥିରେ ୧ରୁ ୨ କପ ପାଣି, ଗରମ ମସଲା ଗୁଣ୍ଡ, ଗୋଲମରିଚ ଗୁଣ୍ଡ, ଧନିଆ ଗୁଣ୍ଡ ଓ କିଛି କଟା ଧନିଆ ପତ୍ର ଦେଇ ୫-୬ ମିନିଟ କସନ୍ତୁ ।
ତାପରେ ଅଣ୍ଡା କୁ ଏଥିରେ ପକାଇ ଧିମା ଆଞ୍ଚରେ ୧୦ରୁ ୧୫ ମିନିଟ ପାଇଁ ଢାଙ୍କି ଦିଅନ୍ତୁ ।
ହୋଇଗଲେ ଧନିଆ ପତ୍ର ସଜାଇ ପରସନ୍ତୁ ।
ଅଣ୍ଡା କୋରମା କେମିତି ଲାଗିଲା?
୧) ଭଲ ୨)ବହୁତ ଭଲ