ଚିକେନ୍ ଟିକ୍କା ମସଲା
ମାରିନେଟ ପାଇଁ ସାମଗ୍ରୀ :
ବୋନ୍ ଲେସ ଚିକେନ୍ – ୫୦୦ ଗ୍ରାମ
କାଶ୍ମିରୀ ଲଙ୍କାଗୁଣ୍ଡ – ୧ ଚା’ ଚାମଚ
ଲେମ୍ବୁ ରସ – ୧ ଚା’ ଚାମଚ
ଦହି – ୧/୨ କପ
ହଳଦୀ ଗୁଣ୍ଡ – ୧/୨ ଚା’ ଚାମଚ
ଧନିଆ ଗୁଣ୍ଡ – ୧ ଚା’ ଚାମଚ
ଜିରା ଗୁଣ୍ଡ – ୧/୨ ଚା’ ଚାମଚ
ଅଦା ଓ ରସୁଣ ପେଷ୍ଟ – ୧ ଟେବୁଲ ଚାମଚ
କସୁରି ମେଥି ପତ୍ର – ୧ ଚାମଚ
ଲୁଣ – ସ୍ୱାଦ ଅନୁସାରେ
ତେଲ – ୧ ଟେବୁଲ ଚାମଚ {ଭାଜିବା ପାଇଁ}
ଗ୍ରେଭି ପାଇଁ ସାମଗ୍ରୀ :
ତେଲ – ୩ ଟେବୁଲ ଚାମଚ
ଜିରା – ୧/୨ ଚା’ ଚାମଚ
ତେଜ ପତ୍ର – ୧ଟି
କଳା ଅଳେଇଚ – ୧ଟି
ଗୁଜୁରାତି – ୩ଟି
ଲବଙ୍ଗ – ୩ଟି
ଡାଲଚିନି – ୨ଇଞ୍ଚ
କଟା ପିଆଜ – ୩ଟି
ବିଲାତି – ୩ଟି
ଅଦା ରସୁଣ ପେଷ୍ଟ – ୨ ଟେବୁଲ ଚାମଚ
ଧନିଆ ଗୁଣ୍ଡ – ୧.୫ ଚା’ ଚାମଚ
ଲଙ୍କା ଗୁଣ୍ଡ – ୧ ଟେବୁଲ ଚାମଚ
ଲୁଣ – ସ୍ବାଦାନୁସାରେ
କାଜୁ ବାଦାମ ପେଷ୍ଟ – ୪ ଟେବୁଲ ଚାମଚ
କସୁରି ମେଥି ପତ୍ର – ୧/୨ ଚା’ ଚାମଚ
ଗରମ ମସଲା – ୧/୨ ଚା’ ଚାମଚ
ଚିନି – ୧/୨ ଚା’ ଚାମଚ
କଟା ଧନିଆ ପତ୍ର – କିଛି
ପ୍ରଣାଳୀ-
ଚିକେନ୍ କୁ ଭଲ ଭାବେ ଧୋଇ ରଖନ୍ତୁ।
ଏବେ ଏକ ପାତ୍ରରେ ମ୍ରିନେଟ ପାଇଁ ଥିବା ସମସ୍ତ ସାମଗ୍ରୀକୁ ଭଲଭାବେ ମିଶାଇ ସେଥିରେ ଚିକେନ୍ ଗୋଳାଇ ୨ ଘଣ୍ଟା ପାଇଁ ଛାଡ଼ି ଦିଅନ୍ତୁ ।
୨ ଘଣ୍ଟା ପରେ ଏକ ପ୍ୟାନରେ ୧ ଟେବୁଲ ଚାମଚ ତେଲ ନେଇ ଗରମ କରନ୍ତୁ । ପାତ୍ରରେ ଥିବା ଚିକେନ୍ ପିସ କୁ କାଢି ପ୍ୟାନରେ ପକାଇ ଉଚ୍ଚ ଆଞ୍ଚରେ ଚିକେନ୍ ସିଝିବା ଯାଏ ଭାଜନ୍ତୁ । ମନେରଖନ୍ତୁ ଚିକେନ୍ କୁ ଅଧିକ ସମୟ ପାଇଁ ଭଜିବେ ନାହିଁ ।
ଏବେ ବିଲାତିକୁ ଗ୍ରାଇଣ୍ଡିଙ୍ଗ କରି ଅଲଗା ରଖନ୍ତୁ ।
ସେହି ପ୍ୟାନରେ ଗ୍ରେଭି ପାଇଁ ତେଲ ଦିଅନ୍ତୁ । ତେଲ ଗରମ ହୋଇ ଆସିଲେ ଜିରା, ଲବଙ୍ଗ, ଅଳେଇଚ, ଗୁଜୁରାତି, ଡାଲଚିନି ଓ ତେଜପତ୍ର ପକାଇ ଭାଜନ୍ତୁ ।
ଜିରା ଫୁଟି ଆସିଲେ କଟା ପିଆଜ ପକାଇ ବାଦାମୀ ରଙ୍ଗ ଆସିବା ଯାଏ ଭାଜନ୍ତୁ ।
ଏବେ ଅଦା ଓ ରସୁଣ ପେଷ୍ଟ ପକାଇ ଗନ୍ଧ ଯିବା ଯାଏ ଭାଜନ୍ତୁ ।
ପରେ ଗ୍ରାଇଣ୍ଡିଙ୍ଗ ହୋଇ ରହିଥିବା ଟମାଟୋ, ଲଙ୍କା ଗୁଣ୍ଡ, ଲୁଣ ଓ ଧନିଆ ଗୁଣ୍ଡ ପକାଇ ୨ ରୁ ୩ ମିନିଟ ଯାଏ ଭାଜନ୍ତୁ ।
ଏବେ କାଜୁ ବାଦାମ ପେଷ୍ଟ ପକାନ୍ତୁ । ଏହାକୁ ମସଲାରେ ତେଲ ନଛାଡିବା ଯାଏ କସନ୍ତୁ ।
ପରେ ଚିନି ଓ ଚିକେନ୍ ପକାଇ ୨ ରୁ ୩ ମିନିଟ ଯାଏ କସନ୍ତୁ ।
ଏବେ ନିଜ ପସନ୍ଦ ଅନୁସାରେ ଗ୍ରେଭି ଠାରୁ ଟିକେ ଅଧିକ ପାଣି ଦେଇ ଫୁଟାନ୍ତୁ ।
ଗ୍ରେଭି ଫୁଟି ଆସିଲେ କସୁରି ମେଥି ପକାଇ ୨ରୁ ୩ ମିନିଟ ରାନ୍ଧନ୍ତୁ ।
ଏବେ ଗରମ ମସଲା ଓ କଟା ଧନୀଆ ପତ୍ର ପକାଇ ୧୦ ରୁ ୧୨ ମିନିଟ ଯାଏ ରାନ୍ଧନ୍ତୁ ।
ପରେ ଏଖକୁ ଗରମ ଗରମ ରୁଟି କିମ୍ବା ଭାତ ସହ ପରସନ୍ତୁ ।