ସୁସ୍ଥ ହେଲେ ଜାଡେଜା, ସେୟାର କଲେ ରନିଂ ଭିଡିଓ
![](https://thetruths.in/wp-content/uploads/2022/10/Ravindra-Jadeja.jpeg)
ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ପ୍ରଶଂସକଙ୍କ ପାଇଁ ଖୁସିର ଖବର। ଆଣ୍ଠୁ ସର୍ଜରୀ କରିବା ପରେ ସୁସ୍ଥ ହୋଇଛନ୍ତି ତାରକା ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା। ରନିଂ କରୁଥିବା ସମୟର ଭିଡିଓ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରିଛନ୍ତି । ଭିଡିଓରେ ସେ ଧିମା ଗତିରେ ଦୌଡୁଥିବା ଦେଖିବାକୁ ମିଳିଛି।
🏃🏻♂️🏃🏻♂️🏃🏻♂️ pic.twitter.com/GhHGW5xaV4
— Ravindrasinh jadeja (@imjadeja) October 19, 2022
ଏସିଆ କପ୍ରେ ଦୁଇଟି ମ୍ୟାଚ୍ ଖେଳିବା ପରେ ସେ ଆହତ ହୋଇଥିଲେ। ଆଣ୍ଠୁରେ ଗୁରୁତର ଆଘାତ ଲାଗିବା ଯୋଗୁଁ ଜାଡେଜା ଟି-୨୦ ବିଶ୍ଵ କପ୍ରୁ ବାଦ୍ ପଡିଛନ୍ତି । ରବୀନ୍ଦ୍ର ଜାଡେଜାଙ୍କ ଗତ ମାସରେ ଆଣ୍ଠୁର ସଫଳ ଅସ୍ତ୍ରୋପଚାର ହୋଇଛି। ଏହା ପରେ ସେ ରିହାବିଲିଟେସନ ପ୍ରକ୍ରିୟାରେ ଗତି କରୁଛନ୍ତି। ଜାଡେଜା ନିଜର ସଫଳ ଅସ୍ତ୍ରୋପଚାର ପରେ ହସ୍ପିଟାଲ୍ରୁ ଫଟୋ ସହିତ ଇନଷ୍ଟାଗ୍ରାମରେ ପୋଷ୍ଟ କରିଥିଲେ। ସେ ଲେଖିଥିଲେ, ସର୍ଜରୀ ସଫଳ ରହିଛି। ମୋତେ ସହଯୋଗ କରିଥିବାରୁ ଅନେକ ଲୋକଙ୍କୁ ଧନ୍ୟବାଦ। ବିସିସିଆଇ, ମୋର ସାଥୀ ଖେଳାଳି, ସହଯୋଗୀ ଷ୍ଟାପ, ଫିଜିଓ, ଡାକ୍ତର ଏବଂ ପ୍ରଶଂସକଙ୍କୁ ଧନ୍ୟବାଦ ଦେଇଥିଲେ। ମୁଁ ଶୀଘ୍ର ନିଜର ରିହାବ ଆରମ୍ଭ କରିବି ଏବଂ ଶୀଘ୍ର କ୍ରିକେଟ୍କୁ ପ୍ରତ୍ୟାବର୍ତ୍ତନ କରିବାକୁ ଉଦ୍ୟମ କରିବି। ଆପଣଙ୍କ ଶୁଭକାମନା ପାଇଁ ସମସ୍ତଙ୍କୁ ଧନ୍ୟବାଦ।