କଟକ ସିଟି ବିଜୁ ଛାତ୍ର ଜନତା ଦଳର ବରିଷ୍ଠ ଉପସଭାପତି ହେଲେ ରାଜକୁମାର ନାୟକ
କଟକ : ରାଜ୍ୟ ତଥା ଦେଶର ଭବିଷ୍ୟତ ହେଉଛନ୍ତି ଯୁବପିଢ଼ୀ । ଏହି ଯୁବପିଢ଼ୀଙ୍କୁ ରାଜ୍ୟ ତଥା ଜିଲ୍ଲାର ବିଭିନ୍ନ ପଦ ପଦବୀରେ ଅବସ୍ଥାପିତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ । ଏହି ଯୁବ ନେତୃତ୍ୱଙ୍କ ମଧ୍ୟରେ ନିଜର କର୍ତବ୍ୟ, ନିଷ୍ଠା ଓ ଦଳୀୟ କାର୍ଯ୍ୟକୁ ସଠିକ୍ ଭାବେ ଦାୟିତ୍ୱ ସମ୍ପନ୍ନ ସହ ପରିଚାଳନା କରିଆସିଥିବା ହେତୁ ବିଜେଡି ନେତୃମଣ୍ଡଳୀ କଟକ ସିଟି ଛାତ୍ର ବିଜେଡିର ବରିଷ୍ଠ ଉପସଭାପତି ଭାବେ ରାଜକୁମାର ନାୟକଙ୍କୁ ମନୋନୀତ କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ, ଚୌଦ୍ୱାର କଟକର ପୂର୍ବତନ ବିଧାୟକ ଡଃ ପ୍ରଭାତ ରଂଜନ ବିଶ୍ୱାଳ, ବିଧାୟକ ସୌଭିକ ବିଶ୍ୱାଳ ଏବଂ ଦଳୀୟ ସମସ୍ତ ନେତୃମଣ୍ଡଳୀଙ୍କୁ କୃତଜ୍ଞତା ଜଣାଇବା ସହ ଆଗାମୀ ଦିନରେ ଛାତ୍ର ସଂଗଠନକୁ ମଜବୁତ କରିବା ଏବଂ ଆସନ୍ତା ସାଧାରଣ ନିର୍ବାଚନରେ ଦଳ କିପରି ଅଧିକରୁ ଅଧିକ ସଫଳତା ହାସଲ କରିବ ସେ ଦିଗରେ ତାଙ୍କର ଶତଚେଷ୍ଟା ଜାରି ରହିବ ବୋଲି କଟକ ସିଟି ଛାତ୍ର ବିଜେଡିର ନବନିଯୁକ୍ତ ବରିଷ୍ଠ ଉପସଭାପତି ରାଜକୁମାର ନାୟକ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ।