ପନ୍ତଙ୍କୁ ଭେଟିଲେ ରାଇନା, ହରଭଜନ ଓ ଶ୍ରୀସନ୍ଥ
![](https://thetruths.in/wp-content/uploads/2023/03/Rishabh-Pant.jpg)
ମୁମ୍ବାଇ : ଦୁର୍ଘଟଣା ପରେ ଧୀରେ ଧୀରେ ସୁସ୍ଥ ହେଉଛନ୍ତି ଭାରତୀୟ କ୍ରିକେଟର ରିଷଭ ପନ୍ତ । ଏହାରି ମଧ୍ୟରେ ପନ୍ତଙ୍କୁ ଭେଟିଛନ୍ତି ଭାରତୀୟ ଦଳର ପୂର୍ବତନ ଖେଳାଳି ସୁରେଶ ରାଇନା, ହରଭଜନ ସିଂହ ଓ ଏସ୍. ଶ୍ରୀସନ୍ଥ ।
ଗତ ବର୍ଷ ଡିସେମ୍ବର ମାସରେ ଭାରତୀୟ ଦଳର ଓ୍ୱିକେଟ କିପର ତଥା ବ୍ୟାଟସମ୍ୟାନ୍ ରିଷଭ ପନ୍ତ କାର୍ ଦୁର୍ଘଟଣାରେ ଗୁରୁତର ହୋଇଥିଲେ । ଫଳରେ ତାଙ୍କ ଆଣ୍ଠୁ ଅପରେସନ ହୋଇଥିଲା । ଦୁର୍ଘଟଣା ପରଠୁ ରିଷଭ ପନ୍ତ କ୍ରିକେଟ୍ଠୁ ଦୂରରେ ଅଛନ୍ତି । ଚିକିତ୍ସା ପରେ ଏବେ ସେ ଧୀରେ ଧୀରେ ସୁସ୍ଥ ହେଉଛନ୍ତି । ତେବେ ରିଷଭଙ୍କ ଏହି କଠିନ ପରିସ୍ଥିତିରେ ସାଥୀ ଏବଂ ପୂର୍ବତନ ଖେଳାଳିମାନେ ଭେଟିବାକୁ ଯାଉଛନ୍ତି । ଏହିକ୍ରମରେ ରବିବାର ଦିନ କ୍ରିକେଟର ହରଭଜନ ସିଂହ, ସୁରେଶ ରାଇନା ଓ ଏସ୍. ଶ୍ରୀସନ୍ଥ ଭେଟିଛନ୍ତି ।
ରିଷଭଙ୍କୁ ଭେଟିବା ପରେ ହରଭଜନ ସିଂହ ଏକ ଟ୍ୱିଟ୍ କରିଥିଲେ । ଯେଉଁଥିରେ ସେ ଲେଖିଥିଲେ କି, ଏବେ ତୁମେ (ରିଷଭ) କଠିନ ସମୟ ଦେଇ ଗତି କରୁଛ । ଭରସା ରଖ.. ଖରାପ ସମୟ ଦିନେ ପାର୍ ହୋଇଯିବ । ଏବଂ ତୁମେ ପୂର୍ବ ପରି କ୍ରିକେଟ୍ ଖେଳିବ । ତୁମକୁ ଦେଖି ଖୁସି ଲାଗିଲା ଛୋଟ ଭାଇ (ରିଷଭ ପନ୍ତ) ।
![](https://thetruths.in/wp-content/uploads/2023/03/Guru-Randhawa-met-Rishab-Pant-1024x576.jpg)
ଅନ୍ୟପକ୍ଷରେ ଲୋକପ୍ରିୟ ଗାୟକ ଗୁରୁ ରାନ୍ଧୱା ନିକଟରେ ତାଙ୍କ ପ୍ରଶଂସକଙ୍କୁ ସରପ୍ରାଇଜ୍ ଦେଇଥିଲେ। ଋଷଭ ପନ୍ତଙ୍କୁ ଭେଟିବା ପାଇଁ ଗୁରୁ ରାନ୍ଧୱା ପହଞ୍ଚିଥିଲେ। ଏନେଇ ଏକ ସୁନ୍ଦର ପୋଷ୍ଟ ମଧ୍ୟ ସେୟାର କରିଛନ୍ତି। ଏହି ଫଟୋରେ ଋଷଭଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଦେଖାଯାଉଛି। ଗୁରୁଙ୍କ ପ୍ରଶଂସକମାନେ ଏହି ଫଟୋ ଉପରେ ଖୁବ୍ କମେଣ୍ଟ ଦେଇଛନ୍ତି ଏବଂ ଋଷଭଙ୍କ ସ୍ୱାସ୍ଥ୍ୟ ପାଇଁ ପ୍ରାର୍ଥନା କରିଥିଲେ। ଗୁରୁ ରାନ୍ଧୱା ଇନଷ୍ଟାଗ୍ରାମରେ ଫଟୋ ସହିତ ଏକ ହୃଦୟସ୍ପର୍ଶୀ କ୍ୟାପସନ୍ ଲେଖିଛନ୍ତି । ଋଷଭ ଭାଇଙ୍କୁ ଅଧିକ ରକଭରି ଦେଖି ଅତ୍ୟନ୍ତ ପ୍ରତିଦିନ ଅଭିବୃଦ୍ଧି। ଲଭ ୟୁ ଭାଇ । ଗୁରୁ ରାନ୍ଧୱାଙ୍କର ଏହି ପୋଷ୍ଟରେ ମନ୍ତବ୍ୟ ଦେଇ ପ୍ରଶଂସକମାନେ ଋଷଭଙ୍କ ଶୀଘ୍ର ଆରୋଗ୍ୟ ପାଇଁ ପ୍ରାର୍ଥନା କରୁଛନ୍ତି। ପୋଷ୍ଟରେ ଜଣେ ୟୁଜର୍ସ ଲେଖିଛନ୍ତି ଖେଳକୁ ଜଲଦି ଫେରି ଆସ, ଶୀଘ୍ର ସୁସ୍ଥ ହୁଅନ୍ତୁ।
ସୂଚନା ଯେ, ଗତ ୨୦୨୨ ଡିସେମ୍ବର ୩୦ରେ ଦିଲ୍ଲୀରୁ ଦେହରାଡୁନ୍ ଯାଉଥିବା ରାଜପଥରେ ଋଷଭଙ୍କର ଏକ ଦୁର୍ଘଟଣା ଘଟିଥିଲା। ଋଷଭଙ୍କ କାରରେ ନିଆଁ ଲାଗିଯାଇ ସେ ଗୁରୁତର ଆହତ ହୋଇଥିଲେ। ବର୍ତ୍ତମାନ କ୍ରିକେଟ୍ ଠାରୁ ଏକ ଦୀର୍ଘ ବିରତିରେ ଅଛନ୍ତି। ସେ ତାଙ୍କ ପୁନରୁଦ୍ଧାର ବିଷୟରେ ପ୍ରଶଂସକମାନଙ୍କୁ ଅବଗତ କରାଉଛନ୍ତି।