ପ୍ରତିଶ୍ରୁତି ପୂରଣ କଲେ ପଞ୍ଜାବ ସରକାର; ପ୍ରତି ମାସ ୩୦୦ ୟୁନିଟ ବିଜୁଳି ଫ୍ରି

ପଞ୍ଜାବ: ଦିଲ୍ଲୀ ଭଳି ପଞ୍ଜାବ ସରକାର ମଧ୍ୟ ମାଗଣା ବିଜୁଳି ଯୋଗାଇବା ନେଇ ପ୍ରତିଶ୍ରୁତି ଦେଇଛନ୍ତି । ପଞ୍ଜାବର ଆପ ସରକାର ଜନତାଙ୍କୁ ମଗାଣା ବିଜୁଳି ଦେବା ନେଇ ସର୍କୁଲାର ଜାରି କରିଦେଇଛନ୍ତି । ଏହି ସର୍କୁଲାର ଅନ୍ତର୍ଗତ ପ୍ରତି ମାସ ୩୦୦ ୟୁନିଟ ବିଜୁଳି ଫ୍ରି ମିଳିବ । ଏହିପରି ଗୋଟିଏ ବିଲରେ ୬୦୦ ୟୁନିଟ ଫ୍ରି ଦିଆଯିବ ବୋଲି ଜଣାପଡ଼ିଛି ।
ସୂଚନା ଯେ, ପଞ୍ଜାବର ଭଗବନ୍ତ ମାନ ସରକାର ବିଧାନସଭା ନିର୍ବାଚନ ସମୟରେ ଆପ ସରକାର ଗଢ଼ିଲେ ମାଗଣା ବିଜୁଳି ପ୍ରଦାନ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଆଉ ଆଜି ଭଗବନ୍ତ ମାନ ତାଙ୍କ ପ୍ରତିଶ୍ରୁତି ପୂରଣ କରିଛନ୍ତି ।