ଆଜିଠୁ ୩୧ ଯାଏଁ ଆଖଣ୍ଡଳମଣୀ ପୀଠରେ ସର୍ବସାଧାରଣ ଦର୍ଶନ ବନ୍ଦ
ଭଦ୍ରକ : ଆଜିଠୁ ଆରଡି ଆଖଣ୍ଡଳମଣୀ ପୀଠରେ ସର୍ବସାଧାରଣ ଦର୍ଶନ ବନ୍ଦ । କୋଭିଡ୍ ସଂକ୍ରମଣକୁ ଦେଖି ଭଦ୍ରକ ଜିଲ୍ଲା ପ୍ରଶାସନ ପ୍ରସିଦ୍ଧ ଶୈବପୀଠ ବାବା ଆଖଣ୍ଡଳମଣୀ ପୀଠ ପାଇଁ କଟକଣା ଜାରି କରାଯାଇଛି । ଆଜିଠୁ ଆସନ୍ତା ୩୧ ଯାଏଁ ଆରଡିପୀଠ ବାବା ଆଖଣ୍ଡମଳିଙ୍କ ଦର୍ଶନ ଉପରେ କଟକଣା ଲାଗିଛି । ଏହି ଅବଧି ସମୟରେ ସର୍ବସାଧାରଣଙ୍କ ଦର୍ଶନ ପାଇଁ ବାରଣ କରିଛି ଜିଲ୍ଲା ପ୍ରଶାସନ । ଖବର ଅନୁଯାୟୀ, କରୋନା ମହାମାରୀକୁ ଦୃଷ୍ଟିରେ ରଖି ରବିବାର ସଂଧ୍ୟାଠାରୁ ଭଦ୍ରକ ଜିଲ୍ଲା ପ୍ରଶାସନ ପକ୍ଷରୁ ଆରଡ଼ିପୀଠ ବାବା ଆଖଣ୍ଡଳମଣିଙ୍କ ମନ୍ଦିର ପାଇଁ ନୂଆ ଏସ୍ଓପି ଜାରି କରାଯାଇଛି ।
ଏସ୍ଓପି ଅନୁଯାୟୀ, ରବିବାର ରାତ୍ର ୧ଟାରୁ ୩୧ ଜାନୁଆରୀ ମଧ୍ୟରାତ୍ର ପର୍ଯ୍ୟନ୍ତ ମଣିବାବାଙ୍କ ମନ୍ଦିରରେ ସର୍ବସାଧାରଣ ଭକ୍ତଙ୍କ ଦର୍ଶନ ବନ୍ଦ ରହିବ । ଏହି ସମୟରେ ଭକ୍ତଙ୍କୁ ଦର୍ଶନ ମନା । କେବଳ ସେବାୟତ କୋଭିଡ ନିୟମ ମାନି ରିତିନୀତି ଅନୁସାରେ ପୂଜାର୍ଚ୍ଚନା କରିପାରିବେ । ଏଥିସହ ପୀଠରେ ୧୪୪ ଧାରା ଜାରି କରିଛି ପ୍ରଶାସନ । ଏପିରିକି କୌଣସି ସ୍ଥାନରେ ଯେପରି ଭିଡ ପରିଲିକ୍ଷିତ ନହେବ, ସେଥିପାଇଁ ସମଗ୍ର ପୀଠରେ ୧୪୪ ଧାରା ଜାରୀ କରାଯାଇଛି। ସେହିପରି କୋଭିଡ଼ କଟକଣାରେ ମଣିବାବାଙ୍କର ସମସ୍ତ ନୀତିକାନ୍ତି ଚାଲିବ । ଏଥିପାଇଁ ସେବାୟତମାନଙ୍କୁ ପରାମର୍ଶ ଦେଇଛି ପ୍ରଶାସନ। ତାହାସହ ପୀଠରେ କୌଣସି ମେଳା, ମହୋତ୍ସବ, ଭଜନ ସମାହୋରର ଆୟୋଜନ ନହେବା ପାଇଁ ପ୍ରଶାସନ ପକ୍ଷରୁ କଡା ନିର୍ଦେଶ ଦିଆଯାଇଛି।