କଳିଙ୍ଗ କଳାକାର ସଂଘ ପକ୍ଷରୁ ସଂସ୍କୃତି ଅଧିକାରୀଙ୍କୁ ସମ୍ବର୍ଦ୍ଧନା
ତିହିଡ଼ି : ଭଦ୍ରକ ଜିଲା ତିହିଡ଼ି ବ୍ଲକ କଳିଙ୍ଗ କଳାକାର ସଂଘ ପକ୍ଷରୁ ସଂସ୍କୃତି ଅଧିକାରିଣୀ ତନୁଜା ସିର୍କାଙ୍କୁ ରବିବାର ପୂର୍ବାହ୍ନରେ ମନ୍ଦୋଦରୀ କଲ୍ୟାଣ ମଣ୍ଡପ ଠାରେ ପୁଷ୍ପଗୁଚ୍ଛ ପ୍ରଦାନ କରାଯାଇ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ଏଥି ସହିତ ଚାନ୍ଦବାଲି ବ୍ଲକ କଳା ସଂସ୍କୃତି ସଂଘର ଉପସଭାପତି ତ୍ରିଲୋଚନ ପଣ୍ଡା, ତିହିଡ଼ି ବ୍ଲକ କଳା ସଂସ୍କୃତି ସଂଘର ଉପସଭାପତି ଭାଗିରଥି ଦତ୍ତ ଓ କଳିଙ୍ଗ କଳାକାର ସଂଘ ସଭାପତି ବିଭୂତି ଭୂଷଣ ଗ୍ରହାଚାର୍ଯ୍ୟଙ୍କୁ ମଧ୍ୟ ପୁଷ୍ପ ଗୁଚ୍ଛ ପ୍ରଦାନ ପୂର୍ବକ କଳାକାରମାନେ ସମ୍ବର୍ଦ୍ଧିତ କରିଥିଲେ । ସଂସ୍କୃତି ଅଧିକାରିଣୀ ଶ୍ରୀମତୀ ସିର୍କା ତିହିଡ଼ି ବ୍ଲକରେ ଥିବା କଳାକାରମାନଙ୍କର ଜୀବୀତ ପ୍ରମାଣପତ୍ର ଗ୍ରହଣ କରିବା ସହିତ ସେମାନଙ୍କର ସୁବିଧା ଅସୁବିଧା ସମ୍ପର୍କରେ ପଚାରି ବୁଝିଥିଲେ ଏବଂ କଳାକାରମାନଙ୍କ ପାଇଁ ଥିବା ସରକାରୀ ନିୟମ ସମ୍ପର୍କରେ ଆଲୋଚନା କରିଥିଲେ । ଚାନ୍ଦବାଲି ବ୍ଳକ କଳା ସଂସ୍କୃତି ସଂଘ ଉପସଭାପତି ଶ୍ରୀ ପଣ୍ଡା ମଧ୍ୟ ଯୋଗ ଦେଇ କଳାକାରମାନଙ୍କର ବିକାଶ ପାଇଁ ମୂଲ୍ୟବାନ ପରାମର୍ଶ ଦେଇଥିଲେ । ଏହି ସମ୍ବର୍ଦ୍ଧନା ସମୟରେ କଳିଙ୍ଗ କଳାକାର ସଂଘର ସାଧାରଣ ସମ୍ପାଦକ ସୁରେନ୍ଦ୍ର ପ୍ରସାଦ ନାୟକ, ଉପଦେଷ୍ଟା ପ୍ରଭାତ କୁମାର ରାଉଳ ଓ କୁଳମଣି ସାବତ, ରତିକାନ୍ତ ସାହୁ, ରାମଚନ୍ଦ୍ର ଜେନା, ବାଇଧର ନାୟକ, ନିରଂଜନ ଦାସ, ଜଗବନ୍ଧୁ ମହାନ୍ତି, ନାରାୟଣ ଚନ୍ଦ୍ର ସାହୁ, ଗୋବର୍ଦ୍ଧନ ନାୟକ, ପ୍ରଫୁଲ୍ଲ ନାୟକ, ମଦନ ଦାସ, ବାବାଜୀ ଚରଣ, ଅମୂଲ୍ୟ ନାୟକ, କ୍ଷିରୋଦ ଜେନା, ଗୌରାଙ୍ଗ ଦାସ, ଭାଗିରଥି ଦାସ, ବାବାଜୀ ବେହେରା, ପ୍ରାଣବନ୍ଧୁ ପରିଡ଼ା, ବଂଶୀଧରପଣ୍ଡା, ରମାକାନ୍ତ ନାୟକ ପ୍ରମୁଖ ଉପସ୍ଥିତ ରହି ସମ୍ବର୍ଦ୍ଧିତ କରିଥିବା ବେଳେ ସଦସ୍ୟ ନୀଳାମ୍ବର ସେଠୀ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।