ବରଗଡ଼ ଧନୁଯାତ୍ରା ପାଇଁ ହେଲ୍ପଲାଇନ ନମ୍ବର ଜାରି କଲା ପୋଲିସ
![](https://thetruths.in/wp-content/uploads/2022/12/Helpline-Number-for-Bargarh-Dhanuyatra.jpg)
ବରଗଡ଼ : ବରଗଡ଼ ଜିଲା ଆରକ୍ଷୀ ଅଧିକ୍ଷକ ପରମାର ସ୍ଥିତ ପୋଲିସ ପ୍ରଶାସନର ଯେ କୌଣସି ସହାୟତା ପାଇଁ ଏକ ନମ୍ବର୍ ଜାରି କରିଛନ୍ତି । ଧନୁଯାତ୍ରା ପାଇଁ ସହରକୁ ପ୍ରଥମ ଦିନରୁ ନାହିଁ ଥିବା ଭିଡ଼ ପରିଲକ୍ଷିତ ହେଉଛି । ଏଥିପାଇଁ କୌଣସି ପ୍ରକାରର ଅସାମାଜିକ କାର୍ଯ୍ୟକୁ ପ୍ରଶୟ ଦିଆଯିବ ନାହିଁ । ସେ ଯିଏ ବି ହେଉ ନା କାହିଁକି ତା ପ୍ରତି କଠୋର କାର୍ଯାନୁଷ୍ଠାନ ନିଆଯିବ ବୋଲି ଏସପି କହିଛନ୍ତି ।
୦୬୬୪୬ -୨୩୪୪୮୨ ନମ୍ବରରେ ଫୋନ୍ କରି କେହି ବି ନିଜର ଅସୁବିଧା ବିଷୟରେ ଜଣାଇବାକୁ ସେ କହିଛନ୍ତି । ତା’ସହ ଭଟଲି ଛକ , ଭିଏସଏସ ନଗର ଛକ, ଗାନ୍ଧୀ ଛକ ଛକ, ଏସପି ଅଫିସ ଛକ, କାଳୀମନ୍ଦିର ଛକ ଥାନା ଛକ, ଅମ୍ବାପାଲି ଛକ, ହଳଦୀ ପାଲି ଛକ ଆଦି ସ୍ଥାନରେ ସିସି କେମେରା ଲାଗିଛି । ଏଣୁ ପୁଲିସ ପ୍ରଶାସନ ତରଫରୁ ପ୍ରତିଟି କ୍ଷେତ୍ରରେ ସତର୍କତା ଅବଲମ୍ବନ କରାଯାଇଛି ବୋଲି ଏସପି କହିଛନ୍ତି ।