କରୋନା ସ୍ଥିତି ଓ ଟିକାକରଣ ନେଇ ପ୍ରଧାନମନ୍ତ୍ରୀଙ୍କ ସମୀକ୍ଷା
ନୂଆଦିଲ୍ଲୀ : ଦେଶରେ କରୋନା ସଂକ୍ରମଣର ପ୍ରକୋପ ବଢିବାରେ ଲାଗିଛି । ସ୍ଥିତିକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ରବିବାର ବରିଷ୍ଠ ଅଧିକାରୀଙ୍କ ସହିତ ଉଚ୍ଚସ୍ତରୀୟ ବୈଠକ ସମାପ୍ତ ହୋଇଛି । ବୈଠକରେ କରୋନା ଭାଇରସ୍ ବଢୁଥିବା ପ୍ରକୋପ ସମ୍ବନ୍ଧିତ ପ୍ରସଙ୍ଗ ଓ ଟିକାକରଣ ଅଭିଯାନର ସମୀକ୍ଷା କରିଛନ୍ତି । ପରିସ୍ଥିତି ଉପରେ ଆଲୋଚନା କରି ପ୍ରଧାନମନ୍ତ୍ରୀ ମୋଦୀ କରୋନାକୁ ନିୟନ୍ତ୍ରଣ କରିବାପାଇଁ ଜନସାଧାରଣଙ୍କୁ ସେଚତନ କରାଇବା ଜନ ଭାଗିଦାରୀ ବଢାଇବା ଏବଂ ଜନ ଆନ୍ଦୋଳନ ଜାରି ରଖିବାକୁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । କରୋନାକୁ କାବୁ କରିବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ଅଧିକାରୀଙ୍କୁ ପଂଚସୂତ୍ରୀୟ ଯୋଜନା ଦେଇଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି, ଟେଷ୍ଟିଂ, ଟ୍ରେସିଂ, ଟ୍ରିଟମେଂଟ, କୋଭିଡ୍ ନିୟମ ପାଳନ ଓ ଟିକାକରଣ ଏହି ପାଂଚସୂତ୍ରକୁ ଯଦି ଗମ୍ଭୀରତା ଏବଂ ପ୍ରତିବଦ୍ଧତାର ସହ ଲାଗୁ କରାଯାଏ ତେବେ ମହାମାରୀର ବ୍ୟାପକତାକୁ ରୋକାଯାଇପାରିବ । କରୋନାରୁ ଦୂରେଇ ରହିବାପାଇଁ ଏପ୍ରିଲ ୬ରୁ ୧୪ ପର୍ଯ୍ୟନ୍ତ ସମଗ୍ର ଦେଶରେ ଏକ ବିଶେଷ ଅଭିଯାନ କରାଯିବ । ଏଥିରେ ୧୦୦ ପ୍ରତିଶତ ମାସ୍କ ବ୍ୟବହାର, ବ୍ୟକ୍ତିଗତ ସ୍ୱଚ୍ଛତା ଓ ସାର୍ବଜନନୀ ସ୍ଥାନ କାର୍ଯ୍ୟସ୍ଥଲରେ ସ୍ୱଚ୍ଛତା କେତେ ଆବଶ୍ୟକ ଏହା ବିଷୟରେ ଲୋକଙ୍କୁ ସଚେତନ କରାଯିବ । ପ୍ରଧାନମନ୍ତ୍ରୀ ମୋଦୀ ସମୀକ୍ଷା ବୈଠକରେ କୋଭିଡ୍-୧୯ ମାମଲା ବୃଦ୍ଧିକୁ ଦୃଷ୍ଟିରେ ରଖି କେନ୍ଦ୍ରୀୟ ଦଳକୁ ମହାରାଷ୍ଟ୍ର ଗସ୍ତ କରିବାକୁ କୁହଯାଇଛି । ପକେନ୍ଦ୍ରୀୟ ଦଳକୁ ପଂଜାବ, ଛତିଶଗଡ ଗସ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।
ସୂଚନା ଯେ, ଦେଶରେ ରବିବାର ୯୩,୨୪୯ ନୂତନ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଚଳିତବର୍ଷ ଦେଶରେ ଗୋଟିଏ ଦିନରେ ଏହା ସର୍ବାଧିକ କରୋନା କେସ୍ । ଏହାକୁ ମିଶାଇ ଆକ୍ରାନ୍ତଙ୍କ ସଂଖ୍ୟା ୨୪ଲକ୍ଷ ୮୫ହଜାର ୫୦୯ରେ ପହଂଚିଛି ।