ବାଲିଯାତ୍ରା ପାଇଁ ଆରମ୍ଭ ହେଲା ପ୍ଲଟ୍ ବୁକିଂ ପଞ୍ଜିକରଣ
କଟକ : ଐତିହାସିକ କଟକ ବାଲିଯାତ୍ରା ନିମନ୍ତେ ପ୍ଲଟ ଆବଂଟନ ପାଇଁ ପଞ୍ଜିକରଣ ଆରମ୍ଭ ହୋଇଛି । ଏଥିପାଇଁ ଆବେଦନକାରୀଙ୍କୁ ୫ ହଜାର ଟଙ୍କା ପଇଠ କରିବାକୁ ପଡୁଛି । ପଞ୍ଜିକରଣ ପ୍ରକ୍ରିୟା ଶେଷ ହେବା ପରେ ନିଲାମ ପ୍ରକ୍ରିୟା ଆଗକୁ ବଢ଼ିବ । ମୋଟ୍ ୧୪୦୦ ପ୍ଲଟ୍ ଆବଂଟନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । କରୋନା କଟକଣା ଯୋଗୁଁ ୨ବର୍ଷ ପରେ ଏଥର ଆଡମ୍ବର ସହକାରେ ବାଲିଯାତ୍ରା ଆୟୋଜନ କରାଯାଉଛି ।
କଟକ ବାରବାଟୀ ପ୍ୟାଲେସରେ ପଞ୍ଜିକରଣ ଆରମ୍ଭ। ୧୦୦୦ ବର୍ଗ ଫୁଟ ପର୍ଯ୍ୟନ୍ତ ବ୍ୟବସାୟୀମାନେ ବୁକିଙ୍ଗ ପାଇଁ କରିପାରିବେ ପଞ୍ଜିକରଣ। ଉଭୟ ଉପର ଓ ତଳ ବାଲିଯାତ୍ରା ପଡିଆ ପାଇଁ ଆରମ୍ଭ ହୋଇଛି ପ୍ଲଟ ବୁକିଙ୍ଗ। ଗୋଟିଏ ପ୍ଲଟ ପଞ୍ଜିକରଣ ପାଇଁ ବ୍ୟବସାୟୀଙ୍କୁ ଦେବାକୁ ହେବ ୫୦୦୦ ଟଙ୍କା। ଜଣେ ବ୍ୟବସାୟୀ ସର୍ବାଧିକ ୩ଟି ପ୍ଲଟ ବା ୧୦୦୦ ବର୍ଗଫୁଟ ପାଇଁ କରିପାରିବେ ପଞ୍ଜିକରଣ। ନଭେମ୍ବର ୮ ରୁ ୧୬ ତାରିଖ ପର୍ଯ୍ୟନ୍ତ ୯ ଦିନ ଧରି ଚାଲିବ ଏହି ଐତିହାସିକ ବାଲିଯାତ୍ରା ।