ବାଲେଶ୍ୱର : ଶ୍ରୀନିବାସ ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ ବୃକ୍ଷରୋପଣ
- ଡ. ପ୍ରହ୍ଲାଦ ଚରଣ ମହାନ୍ତିଙ୍କ ନାମରେ ନାମିତ ହେଲା ନିମ୍ବ ଚାରା
ବାଲେଶ୍ୱର : ବାଲେଶ୍ୱର ଜିଲା ସୋର ମଙ୍ଗଳପୁର ସ୍ଥିତ ଶ୍ରୀନିବାସ ଉଚ୍ଚମାଧ୍ୟମିକ ବିଦ୍ୟାଳୟ ପରିସରରେ ୟୁଥ୍ ରେଡ୍କ୍ରସ ୟୁନିଟ୍ ତରଫରୁ ବନ ମହୋତ୍ସବ ଉପଲକ୍ଷେ ଏକ ନିମ୍ବଚାରା ରୋପଣ କରାଯାଇଛି । ଏହି ନିମ୍ବ ଚାରାକୁ ଏ ଅଞ୍ଚଳ ତଥା ବାଲେଶ୍ୱରର ବିଶିଷ୍ଟ ଶିକ୍ଷାବିତ୍, ସାହିତ୍ୟିକ ଓ ଗବେଷକ ଡ. ପ୍ରହ୍ଲାଦ ଚରଣ ମହାନ୍ତିଙ୍କ ନାମରେ ନାମିତ କରାଯାଇଛି ।
କାର୍ଯ୍ୟକ୍ରମରେ ଅଧ୍ୟକ୍ଷ ଜଗଦୀଶ ଚନ୍ଦ୍ର ବିଶ୍ୱାଳ ପୌରହିତ୍ୟ କରି ପ୍ରାକୃତିକ ଦୁର୍ବିପାକରୁ ପ୍ରାଣୀ ଜଗତକୁ ସୁରକ୍ଷିତ ରଖିବାକୁ ହେଲେ ବୃକ୍ଷରୋପଣ ଓ ଜଙ୍ଗଲ ସୃଷ୍ଟି ହିଁ ଏକମାତ୍ର ବିକଳ୍ପ ବୋଲି ପ୍ରକାଶ କରିଥିଲେ । ୟୁଥ୍ ରେଡ଼କ୍ରସ କାଉନସିଲର ତଥା ଇଂରାଜୀ ଅଧ୍ୟାପକ ଡ. ପୁଣ୍ୟବ୍ରତ ମହାନ୍ତି ତତ୍ତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ସେ ବୃକ୍ଷ ହିଁ ଜୀବନ । ବୃକ୍ଷ ବିନା ଆମେ ବଞ୍ଚିବା ଅସମ୍ଭବ । ସେହିପରି କେବଳ ଗଛ ଲଗାଇଦେଲେ ହେବ ନାହିଁ, ଲଗାଯାଇଥିବା ଚାରାକୁ ବଡ ବୃକ୍ଷଟିଏ ହେବା ପର୍ଯ୍ୟନ୍ତ ତା’ର ଉପଯୁକ୍ତ ଯତ୍ନ ନେବାର ଆବଶ୍ୟକତା ରହିଛି ବୋଲି କହିଥିଲେ । ଅଧ୍ୟାପକ ବିଜୟ କୁମାର ମହାଳିକ, ଡ. ସମ୍ବିତ କୁମାର ପଳିତା, ସମସ୍ତ କର୍ମଚାରୀ ଓ ୟୁଥ୍ ରେଡ଼କ୍ରସର ସ୍ୱେଚ୍ଛାସେବୀମାନେ ଏହି ବୃକ୍ଷରୋପଣ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରି ସହଯୋଗ କରିଥିଲେ । ଶେଷରେ ପ୍ରାଧ୍ୟାପକ ପୂର୍ଣ୍ଣଚନ୍ଦ୍ର ବେହେରା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।