ପରୀକ୍ଷାକୁ ଆଦୌ ଡରନି : ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ : ଆଜି ପରୀକ୍ଷା ପେ ଚର୍ଚ୍ଚାରେ ଛାତ୍ରଛାତ୍ରୀଙ୍କ ବିଭିନ୍ନ ପ୍ରଶ୍ନର ଉତର ରଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ ମୋଦୀ । ପରୀକ୍ଷା ପେ ଚର୍ଚ୍ଚା ଏକ ଶିକ୍ଷାଗତ କାର୍ଯ୍ୟକ୍ରମ ହୋଇଥିବା ବେଳେ ଏଥିରେ ଦେଶର ବିଭିନ୍ନ କୋଣରୁ ଛାତ୍ରଛାତ୍ରୀ, ସେମାନଙ୍କ ମାତାପିତା ଏବଂ ଶିକ୍ଷକ-ଶିକ୍ଷୟିତ୍ରୀ ସାମିଲ ହୋଇଥାନ୍ତି । କରୋନା କାରଣରୁ ଏହି କାର୍ଯ୍ୟକ୍ରମ ଚଳିତବର୍ଷ ଭର୍ଚୁଆଲି ହୋଇଥିବା ବେଳେ ନମୋ ଆପ ଜରିଆରେ ପ୍ରଧାନମନ୍ତ୍ରୀଙ୍କୁ ପ୍ରଶ୍ନ କରିଥିଲେ ଛାତ୍ରଛାତ୍ରୀ । ପରୀକ୍ଷା ସମୟରେ ମନରେ ଆସୁଥିବା ଡରକୁ ଦୂର କରିବା ପାଇଁ ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଜୀବନ ବୁଝିବା ପାଇଁ ପରୀକ୍ଷା କେବଳ ଏକ ସୁଯୋଗ । ବାସ୍ତବରେ, ଆମେ ସବୁବେଳେ ଏହିପରି ସୁଯୋଗ ଖୋଜିବା ଉଚିତ୍ । ଏହି କାର୍ଯ୍ୟକ୍ରମରେ ପ୍ରଧାମନ୍ତ୍ରୀଙ୍କୁ ପ୍ରଶ୍ନ କରାଯାଇଥିଲା, ଯେ ଡର ଲାଗୁଥିବା ବିଷୟକୁ କିପରି ସାମ୍ନା କରାଯିବା ଉଚିତ? ଏହାର ଉତର ପ୍ରଧାନମନ୍ତ୍ରୀ କହିଥିଲେ ଯେ, ସମସ୍ତ ବିଷୟକୁ ସମାନ ସମୟ ଦିଅ । ସାଧାରଣତଃ କୁହାଯାଏ, ଯାହା ସହଜ ତାହା କର । ତଥାପି, ଅଧ୍ୟୟନ ପାଇଁ ଏହା ଉପଯୁକ୍ତ ନୁହେଁ । ତେଣୁ, ଆପଣ କଠିନ ବିଷୟଗୁଡିକୁ ପ୍ରଥମେ ପଢିବା ସହ ପରେ ସହଜ ବିଷୟଗୁଡିକୁ ପଢନ୍ତୁ । ଖାଲି ସମୟକୁ କିଭଳି ଅତିବାହିତ କରିବା ଦରକାର ସେ ବିଷୟରେ ପଚରାଯିବା ପରେ ପ୍ରଧାନମନ୍ତ୍ରୀ କହିଥିଲେ, ପରିବାର ସହିତ ସମୟ ବିତାଇବା ଏବଂ ସେମାନଙ୍କୁ ସାହାଯ୍ୟ କରିବାକୁ ଚେଷ୍ଟା କରିବା ଉଚିତ୍ । ଖାଲି ସମୟରେ ଆପଣଙ୍କ ଭାବନାକୁ ପ୍ରକାଶ କରିବା ପାଇଁ ଏକ ସୃଜନଶୀଳ ପନ୍ଥା ଖୋଜ । ଏପରି କାର୍ଯ୍ୟ କର ଯାହା ତୁମ ମନରେ ଉତ୍ସୁକତା ବଢାଇବ ।
ତେବେ ଏହି କାର୍ଯ୍ୟକ୍ରମରେ ପିଲାମାନଙ୍କ ମନରେ କୌଣସି କଥାକୁ ନେଇ ଭୟ ସୃଷ୍ଟି ନକରାଇବାକୁ କହିଛନ୍ତି ପ୍ରଧାନମନ୍ତ୍ରୀ । ପ୍ରଶ୍ନ ଉତର ନଭୁଲିବାପାଇଁ କ’ଣ କରିବା ଦରକାର ବୋଲି ଜଣେ ଛାତ୍ର ପ୍ରଶ୍ନ ଉତର ନଭୁଲିବା ପାଇଁ କ’ଣ କରିବା ଦରକାର ବୋଲି ଜଣେ ଛାତ୍ର ପ୍ରଶ୍ନ କରିଥିବା ବେଳେ ଉତରରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ, ନିଜ ମନକୁ ଶାନ୍ତ କରନ୍ତୁ । ଚାପ ଦିଅନ୍ତୁ ନାହିଁ । ଚାପକୁ ପରୀକ୍ଷା ହଲରୁ ଦୂରରେ ରଖନ୍ତୁ । ସବୁକିଛି ସ୍ମରଣ କରିବା ପାଇଁ ତୁମ ପାଖରେ ସମସ୍ତ ଶକ୍ତି ଅଛି । ଭାବ ନାହିଁ ଯେ ତୁମେ ଜିନିଷଗୁଡିକୁ ସ୍ମରଣ କରିପାରିବ ନାହିଁ । ଯଦି ତୁମେ ସେହି ମୁହୂର୍ତ ସହ ସମ୍ପୂର୍ଣ୍ଣ ଜଡିତ ତେବେ ତୁମେ ଜିନିଷଗୁଡିକୁ ସ୍ମରଣ କରିପାରିବ ନାହିଁ । ଯଦି ତୁମେ ସେହି ମୁହୂର୍ତ ସହ ସମ୍ପୂର୍ଣ୍ଣ ଜଡିତ ତେବେ ତୁମେ ଜିନିଷଗୁଡିକୁ ମନେ ରଖିପାରିବ । ଯଦି ପାଠ ପଢିବା ସମୟରେ ଆପଣମାନେ ସାଙ୍ଗମାନଙ୍କ କଥା ଭାବୁଥିବେ, ତେବେ ସ୍ମରଣ କରିବାକୁ କଷ୍ଟ ହେବ ବୋଲି କହିଥିଲେ ପ୍ରଧାନମନ୍ତ୍ରୀ ।