ଭିଜିଲାନ୍ସ ଜାଲରେ ପଞ୍ଚାୟତ ନିର୍ବାହୀ ଅଧିକାରୀ
ଢେଙ୍କାନାଳ : ରାଜ୍ୟରେ ଦିନକୁ ଦିନ ବଢି ଚାଲିଛି ଦୁର୍ନୀତି । ଏହାର ଶିକାର ହେଉଛନ୍ତି ଗରିବ ଓ ଖଟିଖିଆ ଲୋକେ। ଦୈନିକ କେଉଁଠି ନ କେଉଁଠି ଭିଜିଲାନ୍ସ ଜାଲରେ ଦୁର୍ନୀତିଗ୍ରସ୍ତ ଅଧିକାରୀ ଧରା ପଡୁଛନ୍ତି । ଏହି ପରିପ୍ରେକ୍ଷୀରେ ଜଣେ ପଞ୍ଚାୟତ ନିର୍ବାହୀ ଅଧିକାରୀ ଭିଜିଲାନ୍ସ ଜାଲରେ । ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଚଢ଼ାଉ । ପଞ୍ଚାୟତ ନିର୍ବାହୀ ଅଧିକାରୀ ସନ୍ତୋଷ ସାହୁଙ୍କର ଘରେ ଚଢାଉ । ସନ୍ତୋଷ କଙ୍କଡାହାଡ଼ ବ୍ଲକ କେରଜୋଳି ପଞ୍ଚାୟତର ପିଇଓ । ଭିଜିଲାନ୍ସର ୩ ଟିମ୍ କରୁଛି ଛାନଭିନ । କମାକ୍ଷାନଗରରେ ୩ଟି ସ୍ଥାନରେ ବିଶାଳ କୋଠା ଘର ଠାବ । ସନ୍ତୋଷଙ୍କ ଘର ତୁମୁସିଂହା ଥାନା ଅଞ୍ଚଳରେ । ତେବେ ରେଡ ପରେ ଜଣାପଡିବ ଜବତ ସମ୍ପତ୍ତିର ଆକଳନ ।
ସୁଚନା ଅନୁସାରେ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ଢେଙ୍କାନାଳ ଜିଲା ଭୁବନ ବ୍ଲକ ଦୀଘା ଓ ମଠକରଗୋଳା ପଞ୍ଚାୟତ ପିଇଓ ସନ୍ତୋଷ ସାହୁ । ଯାହାଫଳରେ ଭିଜିଲାନ୍ସର ୫ଟି ଟିମ୍ ଏକକାଳୀନ ୫ଟି ସ୍ଥାନରେ ଚଢ଼ାଉ ଚଳାଇଛନ୍ତି ।ରେଡ୍ ବେଳେ କାମାକ୍ଷାନଗରରେ ସନ୍ତୋଷ ସାହୁଙ୍କର ଗୋଟିଏ ତିନି ମହଲା ଓ ଦୁଇଟି ଦୁଇ ମହଲା କୋଠା ଥିବା ଠାବ କରିଛନ୍ତି ଭିଜିଲାନ୍ସ ଟିମ୍ ।ଭିଜିଲାନ୍ସ ବିଭାଗର ଜଣେ ଡିଏସପିଙ୍କ ନେତୃତ୍ୱରେ ୭ ଜଣ ଇନିସପେକ୍ଟର ଓ ଅନ୍ୟ କର୍ମଚାରୀ ଚଢ଼ାଉରେ ସାମିଲ ଅଛନ୍ତି । ରେଡ୍ ଜାରି ରହିଥିବାରୁ ତାଙ୍କର କେତେ ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଅଛି ? କେତେ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ କରିଛନ୍ତି ତାହା ସ୍ପଷ୍ଟ ହୋଇ ନାହିଁ ।