ଏକତରଫା ପ୍ରେମ : ନିଜ ଦେହରେ କିରାସିନି ଢାଳି ଆତ୍ମହତ୍ୟା ଉଦ୍ୟମ କଲେ ଯୁବକ
ଢେଙ୍କାନାଳ : ଏକ ତରଫା ପ୍ରେମରୁ ଅଭାବନୀୟକାଣ୍ଡ । ପ୍ରେମିକକୁ ବିବାହ କରିବାକୁ ଦାବି କରି ବିଫଳ ହେବାରୁ ହତାସ ପ୍ରେମିକ ନିଜ ଦେହରେ କିରୋସିନ ଢାଳି ନିଆଁ ଲଗାଇଦେଲେ । ଗୁରୁତର ଅବସ୍ଥାରେ ଯୁବକଙ୍କୁ ଉଦ୍ଧାର କରି ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ମାତ୍ର ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କଟକ ଏସସିବିକୁ ସ୍ଥାନନାନ୍ତରିତ କରାଯାଇଛି । ଢେଙ୍କାନାଳ ଜିଲା ସଦର ଥାନା ବଳରାମପୁରର ଟୁକୁନା ପ୍ରଧାନ (୨୪) ବୋଲି ଜଣାପଡିଛି । ତାଙ୍କ ଶରୀରର ଶତକଡା ୮୦% ପୋଡିଯାଇଥିବା ଦେଖିବାକୁ ମିଳିଛି ।
ଟୁକୁନା ତାଙ୍କ ଗ୍ରାମର ଏକ ଝିଅକୁ ଏକ ତରଫା ପ୍ରେମ କରୁଥିଲେ । ତେବେ ବୁଧବାର ସକାଳେ ଉକ୍ତ ଝିଅକୁ ବିବାହ କରିବା ପାଇଁ ପ୍ରସ୍ତାବ ଦେଇଥିଲେ । ମାତ୍ର ଉକ୍ତ ଯୁବତୀ ଜଣଙ୍କ ତାଙ୍କୁ ବିବାହ କରିବାକୁ ରୋକଠୋକ ମନ କରିଦେଇଥିଲେ । ଫଳରେ ହତାସ ହୋଇ ଟୁକୁନା ଘରକୁ ଫେରି ଆତ୍ମହତ୍ୟା କରିବାକୁ ଯାଇ ଘରେ ଥିବା କିରାସିନି ଢାଳିହୋଇ ନିଜ ଦେହରେ ନିଆଁ ଲଗାଇ ଦେଇଥିବା ଜଣାପଡିଛି । ଘରଲୋକ ଏହା ଦେଖି ତାଙ୍କୁ ନିଆଁରୁ ଉଦ୍ଧାର କରି ଚିକିତ୍ସାପାଇଁ ଡାକ୍ତରଖାନାକୁ ନେଇଥିଲେ ।